ଏ.କେ ବ୍ୟୁରୋ : ସ୍ଵର୍ଗୀୟ ଲଳିତ ନାୟକଙ୍କ ବଲାଙ୍ଗିରର ମାହେଶ୍ୱରୀ ସାମାଜିକ ସଙ୍ଗଠନ ର ବଲାଙ୍ଗିର ଜିଲ୍ଲା କର୍ମକର୍ତ୍ତା ଓ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ କର୍ମକର୍ତ୍ତା ଆଜି ପହଞ୍ଚି ସୁବର୍ଣ୍ଣପୁର ଜିଲ୍ଲାପାଳ ଓ ଏସପି ଙ୍କ ସମେତ ସ୍ୱଚ୍ଛ ଭାରତ ସଙ୍ଗଠନ ଓ ସହର ର ପ୍ରମୁଖ ସଙ୍ଗଠନ କର୍ମକର୍ତ୍ତା , ବୁଦ୍ଧିଜୀବି, ମିଡିଆ ଙ୍କୁ ଆସନ୍ତା ୧୩ ତାରିଖ ସନ୍ଧ୍ୟା ରେ ହେବାକୁ ଥିବା ତରଭା ବାର୍ଷିକ ଉତ୍ସବ ପାଇଁ ନିମନ୍ତ୍ରଣ କରିଥିଲେ l
ମାହେଶ୍ୱରୀ ସଙ୍ଗଠନର କର୍ମକର୍ତ୍ତାଙ୍କୁ ମଧ୍ୟ ସ୍ଵଚ୍ଛ ଭାରତ ସଙ୍ଗଠନ, ଭାରତ ବିକାଶ ପରିଷଦ, ଯୋଗାଳୟ, ଚାଷୀ ସଂଗଠନ, ଶ୍ରୀ ସତ୍ୟସାଇ ସେବା ସମିତି, ପଏଁରୀ, କଳାକାର ସଂଘ, ଓକିଲ ସଂଘ, ରକ୍ତ ଦାତା ସଂଘ, ସାମ୍ୱାଦିକ, ଶିକ୍ଷକ, ଅଧ୍ୟାପକ, ଓ ବିଭିନ୍ନ ସମାଜ ସେବୀ ଓ ଶିକ୍ଷାନୁଷ୍ଠାନ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରି ଆତିଥ୍ୟ ସତ୍କାର କରାଯାଇଥିଲା l ଜିଲ୍ଲା ପ୍ରଶାସନର ରେସ୍ପଣ୍ଡ ସୋନପୁର ଲୋକଙ୍କ ଆଦର ବ୍ୟବହାର ଓ ଆତିଥ୍ୟ ସତ୍କାର ରେ ମାହେଶ୍ଵରୀ ସ୍ବେଛାସେବୀ ବହୁତ୍ ଖୁସି ଓ କୃତଜ୍ଞ ବୋଲି ଜଣାଇଛନ୍ତି l
ତରଭାରୁ ଶଶିଭୂଷଣ ବଗର୍ତ୍ତୀଙ୍କ ରିପୋର୍ଟ ଆପଣଙ୍କ ଖବର






