ଏ.କେ ବ୍ୟୁରୋ : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କାଇରାଝୁଲି ନିକଟସ୍ଥ ଏକ କୃଷିକ୍ଷେତ୍ରରେ ଏକ ସ୍କୁଲ ଭ୍ୟାନ୍ ଭାରସାମ୍ୟ ହରାଇ ପଡ଼ିଯିବାରୁ ଅଘଟଣ ଘଟିଛି। ତେବେ ଭ୍ୟାନ୍ରେ ଥିବା ପ୍ରାୟ ୨୬ ଜଣ ଛାତ୍ରଛାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଭ୍ୟାନ୍ଟି ଜାଲୋଇ ଅଞ୍ଚଳରୁ ପ୍ରାୟ ୨୬ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ସମୟରେ କାଇରାଝୁଲି ନିକଟରେ ହଠାତ୍ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ କୃଷିକ୍ଷେତ୍ରକୁ ପଡ଼ିଯାଇଥିଲା। ଘଟଣା ଘଟିବା ପରେ ଆଖପାଖ ଅଞ୍ଚଳର ଗ୍ରାମବାସୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଭ୍ୟାନ୍ରୁ ଛାତ୍ରଛାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ସୌଭାଗ୍ୟବଶତଃ ସମସ୍ତ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ଘଟଣାକୁ ନେଇ ଅଭିଭାବକମାନଙ୍କ ମଧ୍ୟରେ କିଛି ସମୟ ପାଇଁ ଆତଙ୍କ ସୃଷ୍ଟି ହୋଇଥିଲେ ମଧ୍ୟ ସମସ୍ତେ ସୁରକ୍ଷିତ ଥିବା ଖବର ପରେ ଆଶ୍ୱସ୍ତ ହୋଇଛନ୍ତି। ଭ୍ୟାନ୍ଟି କିପରି ଭାରସାମ୍ୟ ହରାଇଲା, ତାହାର କାରଣ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ।
ବୀରମହାରାଜପୁର ରୁ ଯୁଧିଷ୍ଠିର ଖମାରୀଙ୍କ ରିପୋର୍ଟ ଆପଣଙ୍କ ଖବର






