ଏ.କେ ବ୍ୟୁରୋ : ହରଭଙ୍ଗା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ (BEO) କାର୍ଯ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦାୟୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ହାଡ଼ିବନ୍ଧୁ ବେହେରାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ସହ ନୂତନ ଭାବେ ଯୋଗଦାନ କରିଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବରୁଣ କୁମାର ପ୍ରଧାନଙ୍କୁ ଫୁଲତୋଡ଼ା ଓ ଉତ୍ତରୀୟ ଦେଇ ଭବ୍ୟ ସ୍ୱାଗତ କରାଯାଇଛି।
ହରଭଙ୍ଗା ବ୍ଲକ ନୂତନ ପେନସନ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ଏବଂ ଏକ୍ସ-କ୍ୟାଡର ଶିକ୍ଷକ ସଂଘ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଗାମୀ ଦିନରେ ଶିକ୍ଷାନୁଷ୍ଠାନ ଓ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କର ବିଭିନ୍ନ ସମସ୍ୟାର ତ୍ୱରିତ ସମାଧାନ ପାଇଁ ନୂତନ ବିଇଓ ମହୋଦୟଙ୍କୁ ଅନୁରୋଧ କରାଯାଇଥିଲା। ଏହି ସଭାରେ ୩ ଜଣ ସହ-ଗୋଷ୍ଠୀ ଶିକ୍ଷା ଅଧିକାରୀ (ABEO)ଙ୍କ ସମେତ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ମହେଶ ସେଠୀ, ବ୍ଲକ ସମ୍ପାଦକ ବାମଦେବ ଦାଶ, ସଭାପତି ରଜତ କୁମାର ନାୟକ, କୋଷାଧ୍ୟକ୍ଷ ପ୍ରସନ୍ନ ଭୋକ୍ତା, ଏକ୍ସ-କ୍ୟାଡର ଶିକ୍ଷକ ସଂଘର ସୁବାଷ ଚନ୍ଦ୍ର ପ୍ରଧାନ, ପ୍ରତାପ ମେହେର, ଶୁଭ୍ରାଂଶୁ ଶେଖର ଦାଶ, ଏବଂ ବ୍ଲକର ସମସ୍ତ CRCC ଓ କାର୍ଯ୍ୟାଳୟ କର୍ମଚାରୀ ଉପସ୍ଥିତ ଥିଲେ।
ବୌଦ୍ଧରୁ ପପୁନ ଗାଈଗୌରୀଆ ଙ୍କ ସହ ଜିଲ୍ଲା ପ୍ରତିନିଧି ସବ୍ୟସାଚୀ କର୍ଣ୍ଣ ଙ୍କ ରିପୋର୍ଟ ଆପଣଙ୍କ ଖବର






