ଏ.କେ ବ୍ୟୁରୋ : ପୋଲିସକୁ ଖୋଲା ଚାଲେଂଜ । ସିସିଟିଭିକୁ ବି ଖାତିର ନାହିଁ । ଅନୁଗୁଳ ଛେଣ୍ଡିପଦା ଅଂଚଳରେ ୩ ଦିନରେ ୩ ମନ୍ଦିରରୁ ଚୋରି ହୋଇଛି । ଶେଷରେ ଠାକୁରଙ୍କୁ ବି ଛାଡ଼ିଲେନି ଲୁଟେରା । ଲୋକଙ୍କ ଭାବାବେଗ ସହ କୁଠାରଘାତ । ସବୁଠି ସିସିଟିଭି ଥିବା ମନ୍ଦିରରୁ ଚୋରି ।

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୋଶଳା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ରାମଚଣ୍ଡୀ ମନ୍ଦିରରୁ ହୁଣ୍ତିଭାଙ୍ଗି ଚୋରି ହୋଇଛି । ୬ମାସ ହେବ ହୁଣ୍ତି ଖୋଲା ହୋଇ ନଥିବା ବେଳେ ୧ଲକ୍ଷରୁ ଅଧିକ ଟଙ୍କା ସହ ସୁନା ଅଳଙ୍କାର ଥିବା ଗ୍ରାମବାସୀ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଲୋକମାନେ ମନ୍ଦିରକୁ ଫୁଲ ତୋଳିବାକୁ ଆସିଥିବା ବେଳେ ମନ୍ଦିର ହୁଣ୍ତି ଭାଙ୍ଗିଥିବା ଦେଖିବାକୁ ପାଇଥିଲେ । ଏନେଇ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଛେଣ୍ଡିପଦା ପୋଲିସ ନିକଟରେ ଅଭିଯୋଗ ହୋଇଛି । ଅନ୍ୟପଟେ ଗତକାଲି ବାଗେଡ଼ିଆ ଥାନା ପାତ୍ରପଡ଼ା ମାଆ ବାୟାଣୀ ମନ୍ଦିରରୁ ମଧ୍ୟ ଚୋରି ହୋଇଥିଲା । ଯାହାର ଚିତ୍ର ସିସିଟିଭି ରେ କଏଦ ହୋଇଥିଲା । ସେହିଭଳି ୧ ତାରିଖରେ ଜରପଡା ଥାନା ତୁକୁଡା କାଳୀ ମନ୍ଦିରରୁ ମଧ୍ୟ ସମାନ ଢଙ୍ଗରେ ଚୋରି କରି ନେଇଯାଇଥିଲେ ଦାନବାକ୍ସ। ଯାହାର ଚିତ୍ର ମଧ୍ୟ ସିସିଟିଭିରେ ଦୃଶ୍ୟ ସମ୍ପୂର୍ଣ କଏଦ ହୋଇଛି ।






