ଏ.କେ ବ୍ୟୁରୋ :: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୬ ଦିନିଆ ବିଦେଶ ଯାତ୍ରାର ପ୍ରଥମ ଚରଣରେ ଶୁକ୍ରବାର ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ପହଞ୍ଚିଛନ୍ତି। ବୈଶ୍ବିକ ଅସ୍ଥିରତା ମଧ୍ୟରେ ମୋଦୀ ପରବର୍ତ୍ତୀ ସମୟରେ ନେଦରଲ୍ୟାଣ୍ଡ, ସ୍ବିଡେନ୍, ନରୱେ ଓ ଇଟାଲୀ ଗସ୍ତରେ ଯାଇ ଭାରତ ସହିତ ଉକ୍ତ ଦେଶର ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧି ଉପରେ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୬ ଦିନିଆ ବିଦେଶ ଯାତ୍ରାର ପ୍ରଥମ ଚରଣରେ ଶୁକ୍ରବାର ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ପହଞ୍ଚିଛନ୍ତି। ବୈଶ୍ବିକ ଅସ୍ଥିରତା ମଧ୍ୟରେ ମୋଦୀ ପରବର୍ତ୍ତୀ ସମୟରେ ନେଦରଲ୍ୟାଣ୍ଡ, ସ୍ବିଡେନ୍, ନରୱେ ଓ ଇଟାଲୀ ଗସ୍ତରେ ଯାଇ ଭାରତ ସହିତ ଉକ୍ତ ଦେଶର ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧି ଉପରେ ଆଲୋଚନା କରିବେ।

ଆବୁଧାବିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଗାର୍ଡ଼ ଅଫ୍ ଅର୍ନରରେ ସ୍ବାଗତ କରାଯାଇଥିଲା। ଏହାପୂର୍ବରୁ ମୋଦୀଙ୍କ ବିମାନ ୟୁଏଇର ବାୟୁସୀମାରେ ପ୍ରବେଶ କରିବା ପରେ ୟୁଏଇର ଏଫ୍୧୬ ଜେଟ୍ ପ୍ରଧାନମନ୍ତ୍ରୀଙ୍କୁ ଏସକର୍ଟ କରି ନେଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ ଏହି ଗସ୍ତ ଅବସରରେ ୟୁଏଇରେ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାଏଦ ଅଲ୍ ନାହୟାନଙ୍କୁ ଭେଟିବା ସହିତ ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନା କରିଥିଲେ। ଭାରତ ଓ ୟୁଏଇ କେତେକ ବୁଝାମଣା ପତ୍ର ସ୍ବାକ୍ଷର କରିଥିଲେ।
ରଣନୈତିକ ପ୍ରତିରକ୍ଷା ସହଭାଗିତା ପାଇଁ ଚୁକ୍ତିନାମା, ପେଟ୍ରୋଲିୟମ୍ ସଂରକ୍ଷଣ ସମ୍ପର୍କିତ ବୁଝାମଣା, ଏଲପିଜି ଯୋଗାଣ ପାଇଁ ଚୁକ୍ତିି, ଭାଡିନାର୍ରେ ଜାହାଜ ମରାମତି କ୍ଲଷ୍ଟର ନେଇ ବୁଝାମଣା, ଇଣ୍ଡିଆନ୍ ଇନଫ୍ରାଷ୍ଟ୍ରକ୍ଚର, ଆର୍ବିଏଲ୍ ବ୍ୟାଙ୍କ ଓ ସମ୍ମାନ କ୍ୟାପିଟାଲରେ ୫ ବିଲିୟନ ଆମେରିକୀୟ ଡଲାରର ନିବେଶ କରିବାକୁ ଘୋଷଣା କରାଯାଇଥିଲା। ଏହି ଅବସରରେ ମୋଦୀ ୟୁଏଇ ଉପରେ ଆକ୍ରମଣକୁ ତୀବ୍ର ନିନ୍ଦା କରିଥିଲେ।






