ଏ.କେ ବ୍ୟୁରୋ : ଦୁର୍ନୀତି ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ ଶୂନ୍ୟସହନଶୀଳତା। ଭୁବନେଶ୍ୱରର ପୂର୍ବତନ ଅତିରିକ୍ତ ତହସିଲଦାର ଚିତ୍ତରଞ୍ଜନ ପିଲ୍ଲାଙ୍କୁ ଚାକିରିରୁ ବରଖାସ୍ତ କଲେ ମୁଖ୍ୟମନ୍ତ୍ରୀ। ଦୁର୍ନୀତି ବିରୁଦ୍ଧରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ ଶୂନ୍ୟସହନଶୀଳତା। ଭୁବନେଶ୍ୱରର ପୂର୍ବତନ ଅତିରିକ୍ତ ତହସିଲଦାର ଚିତ୍ତରଞ୍ଜନ ପିଲ୍ଲାଙ୍କୁ ଚାକିରିରୁ ବରଖାସ୍ତ କଲେ ମୁଖ୍ୟମନ୍ତ୍ରୀ। ଦୁର୍ନୀତି ବିରୁଦ୍ଧରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହାକୁ ନେଇ ଭୁବନେଶ୍ୱରର ପୂର୍ବତନ ଅତିରିକ୍ତ ତହସିଲଦାର ଚିତ୍ତରଞ୍ଜନ ପିଲ୍ଲାଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି। ଚିତ୍ତରଞ୍ଜନ ପିଲ୍ଲାପୂର୍ବରୁ ଭୁବନେଶ୍ୱରରେ ଅତିରିକ୍ତ ତହସିଲଦାର ଭାବେ କାର୍ୟ୍ୟ କରୁଥିଲେ।
ପରେ ଜଗତସିଂହପୁରରେ ଡେପୁଟି କଲେକ୍ଟର ଭାବେ କାର୍ୟ୍ୟରେ ଯୋଗଦେଇଥିଲେ। ଭୁବନେଶ୍ୱରରେ ଅତିରିକ୍ତ ଅନେକ ନିଷ୍ପତ୍ତିରେ ଅନିୟମିତତାର ତଥ୍ୟ ଆସିଥିଲା। ଜମିଜମା ସମ୍ପର୍କିତ ଅନେକ ନିଷ୍ପତ୍ତି ସମ୍ବନ୍ଧରେ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ଦ୍ୱାରା ତଦନ୍ତ କରାଯାଇଛି। ଏହି ତଦନ୍ତରୁ ବିଭିନ୍ନ ଅନିୟମିତତା ସ୍ପଷ୍ଟ ଭାବେ ପ୍ରକାଶ ପାଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ, ଚିତ୍ତରଞ୍ଜନ ପିଲ୍ଲାଙ୍କୁ ସରକାରୀ ସେବାରୁ ବରଖାସ୍ତ କରିଛନ୍ତି। ସୂଚନାଯୋଗ୍ୟ ଯେ, ଦୁର୍ନୀତି ବିରୁଦ୍ଧରେ ଶୂନ୍ୟସହନଶୀଳତା ନୀତି ଅବଲମ୍ବନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଆସିଛନ୍ତି। କୌଣସି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଛଡା ଯିବନାହିଁ ବୋଲି ମୁଖ୍ୟମନ୍ତ୍ରୀ ଅନେକ ସମୟରେ କହିଛନ୍ତି।






