ଏ.କେ ବ୍ୟୁରୋ : ସୋସିଆଲ ମିଡିଆ ସାଇଟ୍ ଇନଷ୍ଟାଗ୍ରାମରୁ ଯୁବକ-ଯୁବତୀଙ୍କ ମଧ୍ୟରେ ବନ୍ଧୁତା । ଦେଖା ହେବା ପରେ ଝଗଡ଼ା । ବ୍ରିଜ୍ ତଳକୁ ଡେଇଁ ଜୀବନ ହାରିଲେ ଯୁବତୀ । ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ସାମ୍ନାକୁ ଆସିଛି ଏଭଳି ଏକ ଖବର । ପୁଲିସକୁ ଖବର ମିଳିବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ତାଙ୍କ ସାଙ୍ଗଙ୍କ ମୋବାଇଲ ଯାଞ୍ଚ କରାଯାଉଛି ।
ଜୀବନ ହାରିଥିବା ଯୁବତୀ ଜଣକ ହେଲେ ୧୯ ବର୍ଷୀୟା ଅଞ୍ଜଳି । ସେ ଜଣେ ଯୁବକଙ୍କ ସହ ଇନଷ୍ଟାଗ୍ରାମରୁ ବନ୍ଧୁତା ଆରମ୍ଭ କରିଥିଲେ । ଉଭୟ ଦୀର୍ଘଦିନ ଧରି ଚାଟିଂ କରିଥିଲେ । ଯେତେବେଳେ ଉଭୟ ଦେଖା କରିଥିଲେ କୌଣସି କାରଣରୁ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ଦୀର୍ଘ ସମୟରେ ଧରି ଝଗଡ଼ା ଲାଗି ରହିବା ପରେ କେହି କିଛି ଭାବିବା ପୂର୍ବରୁ ଯୁବତୀ ଜଣକ ଜୀବନ ହାରିଦେବି ବୋଲି କହିଥିଲେ । ଯୁବକ ଜଣକ ହଁ କରିବା ପରେ ସେ ଡେଇଁବା ପାଇଁ ବାହାରିଥିଲେ ।
ଯୁବତୀ ଜଣକ ଡେଇଁବାକୁ ଯିବାବେଳେ ତାଙ୍କ ମୋବାଇଲ ଛଡ଼ାଇ ନେଇଥିଲେ ଯୁବକ ଜଣକ । ଆଉ ସେ ସାଙ୍ଗେ ସାଙ୍ଗେ ଡେଇଁ ପଡ଼ିଥିଲେ । ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେବା ପରେ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ତେବେ ସେ ମୋବାଇଲ କାହିଁକି ଛଡ଼ାଇ ନେଲେ ଏହାକୁ ନେଇ ଚର୍ଚ୍ଚା ହେଉଥିବାବେଳେ ପୁଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି । ତେବେ ସେମାନେ ବନ୍ଧୁଥିଲେ ନା ଆଉ କିଛି ଏହାକୁ ଚର୍ଚ୍ଚା ଜୋର ଧରିଛି ।






