ଏ.କେ ବ୍ୟୁରୋ : ବିଧାନସଭା ନିର୍ବାଚନରେ ପରାଜିତ ହୋଇ କ୍ଷମତାଚୁତ ହେବା ପରେ ତୃଣମୂଳ କଂଗ୍ରେସ(ଟିଏମ୍ସି) ସୁପ୍ରିମୋ ତଥା ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବର୍ତ୍ତମାନ କକ୍ରୋଚ ଜନତା ପାର୍ଟି (ସିଜେପି)କୁ ସମର୍ଥନ
ଜଣାଇଛନ୍ତି। ମମତାଙ୍କ ସହ ତାଙ୍କ ପୁତୁରା ତଥା ଲୋକସଭା ସାଂସଦ ଅଭିଷେକ ବାନାର୍ଜୀ ମଧ୍ୟ ସ୍ବର ମିଳାଇଛନ୍ତି। କକ୍ରୋଚ ଜନତା ପାର୍ଟିର ରାଜନୈତିକ ଆଭିମୁଖ୍ୟ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବାବେଳେ ମମତା ଓ ଅଭିଷେକ କିନ୍ତୁ ଏହି ସ୍ରୋତରେ ନିଜକୁ ସାମିଲ କରିଛନ୍ତି। ଅବଶ୍ୟ ମମତାଙ୍କ ଏଭଳି ଆଭିମୁଖ୍ୟ କେନ୍ଦ୍ରରେ କ୍ଷମତାସୀନ ଏନଡିଏ ସରକାରଙ୍କୁ ବିରୋଧ କରୁଥିବା ପ୍ରମାଣିତ କରୁଛି। ମମତା ସବୁବେଳେ ବିଜେପି ନେତୃତ୍ବାଧୀନ ଏନଡିଏ ସରକାରଙ୍କୁ ସମାଲୋଚନା କରିଆସୁଛନ୍ତି। ତେଣୁ କକ୍ରୋଚ ଜନତା ପାର୍ଟି ଦେଶରୁ ଅନ୍ୟାୟ, ଅତ୍ୟାଚାର, ଦୁର୍ନୀତି ଇତ୍ୟାଦି ହଟାଇବାରେ ସଫଳ ହେବ ବୋଲି ମମତା ଆଶାବ୍ୟକ୍ତ କରିଛନ୍ତି।






