ଏ.କେ ବ୍ୟୁରୋ : ଏହି ନୂଆ ଦଳର ନାମ ସେ ‘ଇସ୍କ କରୋ ପାର୍ଟି’ ରଖିଛନ୍ତି । ଦେଶ ସାମ୍ନା କରୁଥିବା ବିଭିନ୍ନ ଜଟିଳ ସମସ୍ୟାର ସମାଧାନ ପାଇଁ ଏହି ଦଳ ପ୍ରୟାସ କରିବ ବୋଲି ସେ କହିଛନ୍ତି। ଏଥିସହିତ ସେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରାଙ୍କୁ ତାଙ୍କ ଦଳରେ ଯୋଗଦେବା ପାଇଁ ପ୍ରସ୍ତାବ ମଧ୍ୟ ଦେଇଛନ୍ତି ।

ଜଷ୍ଟିସ୍ କାଟଜୁ ନିଜ ଫେସବୁକ୍ ପୋଷ୍ଟ ମାଧ୍ୟମରେ ‘କକ୍ରୋଚ୍ ଜନତା ପାର୍ଟି’କୁ କଡ଼ା ସମାଲୋଚନା କରିଛନ୍ତି । ସିଜେପିର ପ୍ରତିଷ୍ଠାତା ଅଭିଜିତ୍ ଦୀପକେଙ୍କୁ ଜଣେ ‘ମୂର୍ଖ’ ବୋଲି କହିବା ସହ ସେ କହିଛନ୍ତି ଯେ, କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦ୍ୱାରା ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ଆସିବ ନାହିଁ । ଜଣେ ମନ୍ତ୍ରୀ ଗଲେ ତାଙ୍କ ସ୍ଥାନରେ ଅନ୍ୟ ଜଣେ ଆସିବେ, କିନ୍ତୁ ଏହା ଦ୍ୱାରା ମୂଳ ସମସ୍ୟାର ସମାଧାନ ହେବନାହିଁ । ଦଳର ନାମକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱକୁ ଦୂର କରି କାଟଜୁ କହିଛନ୍ତି ଯେ, ଲୋକମାନେ ଏହାକୁ କେବଳ ପୁଅ-ଝିଅଙ୍କ ମଧ୍ୟରେ ଥିବା ପ୍ରେମ ବା ଭାଲେଣ୍ଟାଇନ୍ସ ଡେ’ ସହ ଯୋଡ଼ି ଭାବିବା ଭୁଲ । ତାଙ୍କ କହିବା ଅନୁଯାୟୀ, ‘ଇସ୍କ’ର ଅର୍ଥ ହେଉଛି ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ଦେଶର ସମସ୍ତ ଲୋକଙ୍କ ମଧ୍ୟରେ ଏକତା ଓ ଭଲପାଇବା । ଜଷ୍ଟିସ୍ କାଟଜୁଙ୍କ ଅନୁସାରେ, ଭାରତର ପ୍ରକୃତ ସମସ୍ୟା ହେଉଛି ଦାରିଦ୍ର୍ୟ, ବେକାରୀ ଓ ଶିଶୁ କୁପୋଷଣ। ଏହି ସବୁ ସମସ୍ୟାର ସମାଧାନ କେବଳ ଲୋକଙ୍କ ମଧ୍ୟରେ ଏକତା ମାଧ୍ୟମରେ ସମ୍ଭବ । ଆଧୁନିକ ଚିନ୍ତାଧାରା ସମ୍ପନ୍ନ ନେତାଙ୍କ ନେତୃତ୍ୱରେ ଏକ ଶକ୍ତିଶାଳୀ ଜନସଂଗ୍ରାମ ଜରିଆରେ ହିଁ ଦେଶବାସୀଙ୍କ ଦୟନୀୟ ଅବସ୍ଥାରେ ସୁଧାର ଆସିପାରିବ। ବର୍ତ୍ତମାନର ନେତାମାନେ କେବଳ କ୍ଷମତା ଲୋଭରେ ଅଛନ୍ତି ଏବଂ ସାଧାରଣ ଲୋକଙ୍କ କଥା ଚିନ୍ତା କରୁନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।






