ଏ.କେ ବ୍ୟୁରୋ : ଆଗକୁ ଆସୁଛି ବର୍ଷାଋତୁ। ହେଲେ ସଫା ହୋଇପାରିନି କଟକ ସହରର ଡ୍ରେନ। ଡେଙ୍ଗୁ ଭୂସ୍ବର୍ଗ ପାଲଟିଥିବା ପେଟାନାଳ କାମ କେବେ ସରିବ ତାର ଠିକଣା ନାହଁ। ଡେଙ୍ଗୁ ପାଇଁ ଦ୍ୱିତୀୟ ହଟ୍ ସ୍ପଟ୍ କାଠଗଡ଼ା ସାହି। ସାହିର ସବୁ ଛୋଟ ବଡ଼ ଡ୍ରେନ ଏବେ ଆବର୍ଜନରେ ଭର୍ତ୍ତି। ସେହିଭଳି ଟିଣପିଟା ସାହିରେ ମୁକୁଳା ଡ୍ରେନ, ଆସ୍ୱାସ୍ଥ୍ୟକର ପରିବେଶ, ମାଳମାଲ ପୁରୁଣା ଟାୟାର ମଶା ବଂଶ ବୃଦ୍ଧି ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଛି। ଏଥିସହ ସହରର ବିଭିନ୍ନ ୱାର୍ଡରେ ଥିବା ଡ୍ରେନ ଏ ପର୍ୟ୍ୟନ୍ତ ସଫେଇ ହୋଇନି।

ମଶା ଧୂଆଁ, ଗମ୍ବୁସିଆ ମାଛ କେବଳ କାଗଜ କଲମରେ ସୀମିତ ରହିନଯାଉ ବୋଲି କର୍ପୋରେଟରମାନେ ଅଭିଯୋଗ କରିଛନ୍ତି। କଟକକୁ ଘାରିଛି ଡେଙ୍ଗୁ ଡର। ଗତବର୍ଷ ୧୬ଜଣ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଚଳିତ ବର୍ଷ ବର୍ଷା ଆସିବା ପୂର୍ବରୁ ଡେଙ୍ଗୁ ମୁକାବିଲା ପାଇଁ ପ୍ରସ୍ତୁତି ଚଳାଇଛି ସିଏମସି। ସିଏମ୍ସି ବ୍ଲୁ ପ୍ରିଣ୍ଟ ଓ ଏସଓପି ତିଆରି କରିଛି। ବର୍ଷାଋତୁ ଆରମ୍ଭ ପୂର୍ବରୁ ଡ୍ରେନ ସଫେଇ ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି। ଜଗତପୁର ଶିଳ୍ପାଞ୍ଚଳ, ଟିଣପିଟା ସାହି, ଯୋବ୍ରା, କାଠଗଡ଼ା ସାହି, ସିଡିଏ ଏବଂ ମେଡିକାଲ ପରିସର ଉପରେ କଡ଼ା ନଜର ରଖାଯିବ।

ଆଗକୁ ଆସୁଛି ବର୍ଷାଋତୁ। ହେଲେ ସଫା ହୋଇପାରିନି କଟକ ସହରର ଡ୍ରେନ। ଡେଙ୍ଗୁ ଭୂସ୍ବର୍ଗ ପାଲଟିଥିବା ପେଟାନାଳ କାମ କେବେ ସରିବ ତାର ଠିକଣା ନାହଁ। ଡେଙ୍ଗୁ ପାଇଁ ଦ୍ୱିତୀୟ ହଟ୍ ସ୍ପଟ୍ କାଠଗଡ଼ା ସାହି। ସାହିର ସବୁ ଛୋଟ ବଡ଼ ଡ୍ରେନ ଏବେ ଆବର୍ଜନରେ ଭର୍ତ୍ତି। ସେହିଭଳି ଟିଣପିଟା ସାହିରେ ମୁକୁଳା ଡ୍ରେନ, ଆସ୍ୱାସ୍ଥ୍ୟକର ପରିବେଶ, ମାଳମାଲ ପୁରୁଣା ଟାୟାର ମଶା ବଂଶ ବୃଦ୍ଧି ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଛି। ଏଥିସହ ସହରର ବିଭିନ୍ନ ୱାର୍ଡରେ ଥିବା ଡ୍ରେନ ଏ ପର୍ୟ୍ୟନ୍ତ ସଫେଇ ହୋଇନି। ମଶା ଧୂଆଁ, ଗମ୍ବୁସିଆ ମାଛ କେବଳ କାଗଜ କଲମରେ ସୀମିତ ରହିନଯାଉ ବୋଲି କର୍ପୋରେଟରମାନେ ଅଭିଯୋଗ କରିଛନ୍ତି।
ଡେଙ୍ଗୁ ମୁକାବିଲା ନେଇ କଟକ ମହାନଗର ନିଗମ ସହରାଞ୍ଚଳ ସ୍ବାସ୍ଥ୍ୟ ମିସନ ଉଚ୍ଚସ୍ତରୀୟ ବୈଠକରେ ବ୍ଲୁ ପ୍ରିଣ୍ଟ ତିଆରି କରିଛି। ସପ୍ତାହରେ ଦୁଇ ଦିନ ଡ୍ରାଏ ଡେ ପାଳନ କରିବାକୁ ନିଷ୍ପତ୍ତି ହୋଇଛି। ଏହାଛଡ଼ା ଡ୍ରେନ ସଫେଇ, ସୂଚାରୁରୂପେ ଅଳିଆ ଆବର୍ଜନାର ପରିଚାଳନା ହେବ। ସିଏମ୍ସି ଅଧୀନରେ ଥିବା ହଜାରେ ସ୍ବାସ୍ଥ୍ୟକର୍ମୀ ଏହାର ଯାଞ୍ଚ କରିବେ। ସେହିପରି ପାଣି ପାଇପରେ ଯେପରି ଲିକେଜ୍ ନହେବ ତା ଉପରେ ନଜର ରଖାଯିବ। ଡେଙ୍ଗୁ ମୁକାବିଲା ପାଇଁ ତିଆରି ହୋଇଥିବା ଏସଓପି କେତେ ସହାୟକ ହେଉଛି ତାହା ସମୟ କହିବ।






