ଏ.କେ ବ୍ୟୁରୋ : ବସ୍ ଧକ୍କାରେ ଯୁବତୀଙ୍କ ମୃତ୍ୟୁ । କଟକ ଯୋବ୍ରାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକ ହେଲେ ସ୍ବାଗତିକା ମହାନ୍ତି । ଆଜି ସେ ସ୍କୁଟିରେ ଯାଉଥିବାବେଳେ ସଙ୍କଟ ମୋଚନ ନାମକ ବସଟି ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ଯୁବତୀ ଜଣକ ଛିଟିକି ପଡିଥିଲେ ।

ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ଯୁବତୀ ଜଣକ ଜଣେ ପୋଲିସ କର୍ମଚାରୀଙ୍କ ଝିଅ । ତୁଳସୀପୁରର ଭିଜିଲାନ୍ସ କଲୋନୀରେ ରହୁଥିଲେ । ଆଜି ଅଫିସ୍ ଯାଉଥିବାବେଳେ ବସଟି ଧକ୍କା ଦେଇଥିଲା ।
ଖାଲି ସେତିକି ନୁହେଁ ଚନ୍ଦ୍ରଶେଖରପୁରରେ ବାଇକୁ ଧକ୍କା ଦେଇଛି କାର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ପରେ କାର ଚାଳକ ଗାଡ଼ି ସହ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଘଟଣାର ଖବର ପାଇ ଚନ୍ଦ୍ରଶେଖରପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଫେରାର କାର୍ ଓ ଚାଳକଙ୍କୁ ଚିହ୍ନଟ କରିବା ପାଇଁ ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି ପୋଲିସ ।






