ଏ . କେ ବ୍ୟୁରୋ : କାନାଡାର ବ୍ରିଟିଶ କଲମ୍ବିଆ ପ୍ରଦେଶରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ନବନିର୍ବାଚିତ ”କ୍ରିକେଟ୍ କାନାଡା” ସଭାପତି ଅରବିନ୍ଦର ଖୋସାଙ୍କ ସରେ ସ୍ଥିତ ବାସଭବନକୁ ଟାର୍ଗେଟ୍ କରି ଅଜ୍ଞାତ ଦୁର୍ବୃତ୍ତମାନେ ଆକ୍ରମଣ କରିଛନ୍ତି। କାନାଡାର ବ୍ରିଟିଶ କଲମ୍ବିଆ ପ୍ରଦେଶରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି।
ନବନିର୍ବାଚିତ ”କ୍ରିକେଟ୍ କାନାଡା” ସଭାପତି ଅରବିନ୍ଦର ଖୋସାଙ୍କ ସରେ ସ୍ଥିତ ବାସଭବନକୁ ଟାର୍ଗେଟ୍ କରି ଅଜ୍ଞାତ ଦୁର୍ବୃତ୍ତମାନେ ଆକ୍ରମଣ କରିଛନ୍ତି। ଏହି ଗୁଳିକାଣ୍ଡ ଦାଦା ବଟି ସହ ଜଡ଼ିତ ଥିବା ଅନୁମାନ କରାଯାଉଥିବା ବେଳେ ”ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ୍ ଦ୍ଵାରା ଗୁଳିମାଡ଼ କରାଯାଇଥିବା କୁହାଯାଉଛି। ହଠାତ୍ ଅନ୍ଧାଧୁନ୍ଧ ଗୁଳିଚାଳନା କରାଯାଇଥିଲା। ଗୁଳିମାଡ଼ ଶବ୍ଦରେ ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କର ବାତାବରଣ ଖେଳିଯାଇଥିଲା। ଆକ୍ରମଣକାରୀଙ୍କ ଘାତକ ଗୁଳି ଘରର ମୁଖ୍ୟ ଦ୍ୱାର ଓ କାଚ ଝରକାକୁ ସମ୍ପୂର୍ଣ୍ଣ ଭେଦ କରିଥିବା ବେଳେ ଘଟଣାସ୍ଥଳରୁ ପାଞ୍ଚଟି ଗୁଳି ଖୋକା ମିଳିଥିବା ନେଇ ସ୍ୱୟଂ ଅରବିନ୍ଦର ଖୋସା ନିଶ୍ଚିତ କରିଛନ୍ତି। ଆକ୍ରମଣ ସମୟରେ ସଭାପତିଙ୍କ ସମେତ ସମ୍ପୂର୍ଣ୍ଣ ପରିବାର ଶୋଇଥିଲେ ହେଁ ଭାଗ୍ୟବଶତଃ ଏହି ଭୟଙ୍କର ଗୁଳିକାଣ୍ଡରୁ ସମସ୍ତେ ଅକ୍ଷତ ଅବସ୍ଥାରେ ବଞ୍ଚି ଯାଇଛନ୍ତି। ସଂଗଠନ ମଧ୍ୟରେ ବ୍ୟାପକ ଦୁର୍ନୀତି, ସଂଗଠିତ ଅପରାଧ ଓ ମ୍ୟାଚ୍ ଫିକ୍ସିଂ ଭଳି ଗୁରୁତର ଅଭିଯୋଗ ଆସିବା ପରେ କ୍ରିକେଟ୍ କାନାଡା ମଧ୍ୟରେ ଏକ ବଡ଼ ଧରଣର ବିବାଦର ତଦନ୍ତ ଚାଲିଥିଲା। ଏହି ତଦନ୍ତ ପରିସରଭୁକ୍ତ ଥିବା କ୍ରିକେଟ୍ ବ୍ରିଟିଶ୍ କଲମ୍ବିଆର ସଭାପତି ଅରବିନ୍ଦର ଖୋସାଙ୍କ ଉପରେ ସ୍ଥାନୀୟ କିଛି ଖେଳାଳିଙ୍କ ମାଧ୍ୟମରେ କୁଖ୍ୟାତ ଭାରତୀୟ ଅପରାଧୀ ଗୋଷ୍ଠୀ ”ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ୍” ସହିତ ସମ୍ପର୍କ ରଖିଥିବା ନେଇ ଗୁରୁତର ସନ୍ଦେହ ପ୍ରକାଶ ପାଇଥିଲା। ଗତ ୨୦୨୫ ମସିହାରେ କାନାଡା ଜାତୀୟ ଦଳର ଜଣେ ପ୍ରମୁଖ ଖେଳାଳିଙ୍କୁ ଏହି ଗ୍ୟାଙ୍ଗ୍ ପକ୍ଷରୁ ଭୟଙ୍କର ପରିଣାମ ଭୋଗିବାକୁ ଧମକ ମଧ୍ୟ ଦିଆଯାଇଥିଲା। ଯଦିଓ ଅରବିନ୍ଦର ଖୋସା ନିଜ ଉପରେ ଲାଗିଥିବା ଏହି ସମସ୍ତ ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ଅସ୍ୱୀକାର କରିଛନ୍ତି, ତଥାପି ଏହି ତଦନ୍ତର ମାତ୍ର କିଛି ସପ୍ତାହ ପରେ ତାଙ୍କ ଘର ଉପରକୁ ଏଭଳି ଘାତକ ଆକ୍ରମଣ ହେବା ପଛରେ କେଉଁ ସଂଗଠିତ ଅପରାଧୀ ଗୋଷ୍ଠୀର ହାତ ରହିଛି, ସ୍ଥାନୀୟ ପୋଲିସ ସେହି ଦିଗକୁ ଆଧାର କରି ନିଜର ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି।






