ଏ.କେ ବ୍ୟୁରୋ : ଆଜି ସାଲେପୁର ବ୍ଲକ୍ ପିକୋଳ ପଞ୍ଚାୟତ ବାରିଗୋଳ ଗ୍ରାମରେ ଜଣେ ଯୁବକ ପାଣିରେ ବୁଡ଼ି ମୃତ୍ୟୁ ବରଣ କରିଛନ୍ତି।ଘଟଣାରୁ ପ୍ରକାଶ ଯେ ବାରିଗୋଳ ଗ୍ରାମର ମନୋଜ ସାମଲ ଓ ତାଙ୍କ ପୁଅ ୬ନଂ କେନାଲ କୁ ମାଛ ଧରିବା ପାଇଁ ଯାଇଥିଲେ। କୈାଣସି କାରଣ ବଶତଃ ମନୋଜ ସାମଲ ପାଣିରେ ବୁଡିଯାଇଥିଲେ।

ପୁଅ ବାପା ପାଣିରେ ବୁଡ଼ି ଯାଉଥିବାର ଦେଖି ଘର ଲୋକଙ୍କୁ ଡାକିବା ପାଇଁ ଯାଇଥିଲେ।ଘଟଣା ସ୍ଥଳରେ ଘର ଲୋକ ଓ ସ୍ଥାନୀୟ ଲୋକମାନେ ପହଞ୍ଚି ଅଗ୍ନୀସମ ବାହିନୀ କୁ ଖବର ଦେଇଥିଲେ।ଅଗ୍ନିଶମ ବାହିନୀର ର ଦୀର୍ଘ ସମୟ ପରିଶ୍ରମ ପରେ ମନୋଜ ସାମଲ ଙ୍କୁ ପାଣିରୁ ଉଦ୍ଧାର କରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠାଇଥିଲେ।ଡାକ୍ତର ସେଠାରେ ମନୋଜ ସାମଲଙ୍କୁ ମୃତ ଘୋଷଣା କରିଥିଲେ।ଏହି ଖବର ଏବେ ସାରା ଅଞ୍ଚଳରେ ଶୋକରେ ଛାୟା ଖୈଳାଇ ଦେଇଛି।






