ଏ.କେ ବ୍ୟୁରୋ : ଆଜି କେନ୍ଦ୍ରାପଡା ସାଂସଦ ଶ୍ରୀ ବୈଜୟନ୍ତ ପଣ୍ଡା ଆଜି କଟକ ଜିଲ୍ଲା ସାଲେପୁର ଗସ୍ତରେ ଆସିଥିଲେ। ସେଠାରେ ତାଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ କର୍ମୀ ମାନେ ।ସେଠାରୁ ସାଂସଦ ସାଲେପୁର ସହରରେ ଥିବା ମାଆ ସାହେଶ୍ୱରୀଙ୍କ ମନ୍ଦିର ପ୍ରାଙ୍ଗଣରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ଦିର ବେଢ଼ା ସଫା କରିବା ସହ ବୃକ୍ଷ ରୋପଣ କରିଥିଲେ।
ଏହାପରେ ମଧୁ ମଣ୍ଡପରେ ଅନୁସୂଚିତ ଜାତି ଓ ଜନଜାତୀଙ୍କ ପାଇଁ ଉଦ୍ଦିଷ୍ଟ ଏକ ସ୍ୱତନ୍ତ୍ର ବୈଠକରେ ଯୋଗଦେଇ ବାର୍ତ୍ତା ରଖିବା ସହ ସହରର ବୁଦ୍ଧିଜୀବୀ ,ବାରିଷ୍ଠ ନାଗରିକ ଓ ସଫଳ କାରିଗର ମାନଙ୍କୁ ଭେଟିବା ସହ ସେମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସାଂସଦଙ୍କ ସହ କଟକ ଜିଲ୍ଲା ବିଜେପି ସଭାପତି ରାମ ନାରାୟଣ ମହାନ୍ତି, ଉପ ସଭାପତି ହିମାଂଶୁ ମହାନ୍ତି ଓ ବିଜେପି ନେତା ପ୍ରଫୁଲ୍ଲ ସ୍ୱାଇଁ ଙ୍କ ଶହଶହ ବିଜେପି ନେତା ଓ କର୍ମୀମାନେ ପ୍ରମୁଖ ଯୋଗଦେଇଥିବା ଦେଖିବାକୁ ମିଳିଥିଲା।
କଟକ ଜିଲ୍ଲା ସାଲେପୁର ବ୍ଲକ୍ ରୁ ଶିଶୁ କୃଷ୍ଣ ନନ୍ଦଙ୍କ ରିପୋର୍ଟ ଆପଣଙ୍କ ଖବର।






