ଏ.କେ ବ୍ୟୁରୋ : ଏବେ ଚାଲିଛି ଖରାଦିନ । ବିଶେଷ କରି ଖରାଦିନେ ଅଧିକ ଡିହାଇଡ୍ରେସନର ସମସ୍ୟା ଦେଖିବାକୁ ମିଳିଥାଏ । ଡିହାଇଡ୍ରେସନ୍ ଯୋଗୁଁ ଅନେକ ସ୍ବାସ୍ଥ୍ୟଗତ ସମସ୍ୟା ବୃଦ୍ଧି ପାଇଥାଏ । ତେଣୁ ଖରା ଗରମରୁ ରକ୍ଷା ପାଇବା ପାଇଁ ହେଲେ ସଠିକ୍ ପରିମାଣର ପାଣି ପିଇବା ସହିତ ଉପଯୁକ୍ତ ଖାଦ୍ୟର ଆବଶ୍ୟକତା ଅଛି । ଆମର ସାମନ୍ୟ ଅବହେଳା ପାଇଁ ନାନା ସମସ୍ୟା ଭୋଗିବାକୁ ପଡିପାରେ । ତେଣୁ ଏହି ଦିନରେ ଠିକ୍ ଖାଦ୍ୟ ଖାଇବା ସ୍ବାସ୍ଥ୍ୟ ବଜାୟ ରଖିବାରେ ସାହାଯ୍ୟ କରିଥାଏ ।
ଖରାଦିନେ ସାଧାରଣତଃ ଡାଇରିଆ, ପେଟ ଖରାପ, ବାନ୍ତି ଏବଂ ବଦହଜମୀ ଭଳି ପେଟ ସମସ୍ୟା ଦେଖାଦେଇଥାଏ । ଯଦି ଆପଣ ପ୍ରଚଣ୍ଡ ଖରାରେ ବାହାରକୁ ଯାଆନ୍ତି ତେବେ ହିଟ୍ ଷ୍ଟ୍ରୋକ୍ ହେବାର ଆଶଙ୍କା ଥାଏ। ଏପରି ପରିସ୍ଥିତିରେ, ଆପଣ ଆପଣଙ୍କ ଶରୀର ଏବଂ ପେଟକୁ ଥଣ୍ଡା ରଖିବାକୁ ଚେଷ୍ଟା କରିବା ଉଚିତ । ତେଣୁ ଆପଣଙ୍କୁ ଆପଣଙ୍କ ଖାଦ୍ୟରେ ଋତୁକାଳୀନ ଫଳ ଏବଂ ପନିପରିବା ସାମିଲ କରିବା ଆବଶ୍ୟକ । ଆମେ ଆଜି ଆପଣଙ୍କୁ ସେହି କିଛି ଗ୍ରୀଷ୍ମକାଳୀନ ଖାଦ୍ୟ ସମ୍ପର୍କରେ କହିବାକୁ ଯାଉଛୁ ଯାହା ସ୍ୱାସ୍ଥ୍ୟ ସମସ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଭାବଶାଳୀ ପ୍ରମାଣିତ ହୁଏ ।
ଜହ୍ନି :
ଜହ୍ନିରେ କେବଳ ପୋଟାସିୟମ୍, ଫସଫରସ୍ ଏବଂ ଭିଟାମିନ୍ A,B,C ନଥାଏ ବରଂ କେତେକ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ରହିଥାଏ । ଯାହା ଖରା ଗରମ ପାଇଁ ଏକ ଉତ୍କୃଷ୍ଟ ପରିବା । ଏହାକୁ ଖାଇବା ଦ୍ବାରା ଅନେକ ସମସ୍ୟାକୁ ଦୂର କରାଯାଇପାରିବ । ତେଣୁ ଖରାଦିନେ ଜହ୍ନି ଖାଇବା ଉଚିତ୍ ।
କାକୁଡି :
ଖରାଦିନେ କାକୁଡି ଖାଇବା ନିହାତି ଜରୁରୀ । କାକୁଡିରେ ଜଳୀୟ ଅଂଶ ଅଧିକ ଥାଏ । କାକୁଡିରେ ଅନେକ ପୁଷ୍ଟିକର ତତ୍ତ୍ୱ ଥାଏ ଯାହା ଆପଣଙ୍କୁ ଗ୍ରୀଷ୍ମ କାଳୀନ ରୋଗରୁ ରକ୍ଷା କରିଥାଏ । କାକୁଡିରେ ଭିଟାମିନ୍ K ଏବଂ C ଏବଂ ଏହା ଆଣ୍ଟିଅକ୍ସିଡାଣ୍ଟ ଗୁଣରେ ଭରପୂର । ଗ୍ରୀଷ୍ମ ଋତୁରେ କାକୁଡି ଖାଇବା ଦ୍ୱାରା ଶରୀର ହାଇଡ୍ରେଟେଡ୍ ରହିଥାଏ । ଗ୍ରୀଷ୍ମ ଋତୁରେ କାକୁଡି ଖାଇବା ଦ୍ୱାରା ପେଟକୁ ମଧ୍ୟ ଥଣ୍ଡା ରଖିଥାଏ । ଆପଣ କାକୁଡିକୁ ସାଲାଡରେ ମଧ୍ୟ ସାମିଲ କରିପାରିବେ ।
ଲାଉ :
ଲାଉ ପେଟ ପାଇଁ ଏକ ବହୁତ ଲାଭଦାୟକ । ଆପଣ ଯେକୌଣସି ଋତୁରେ ଲାଉ ଖାଇପାରିବେ କିନ୍ତୁ ବିଶେଷ କରି ଏହା ଖରାଦିନ ପାଇଁ ଖୁବ୍ ଲାଭକାରୀ ହୋଇଥାଏ । ଲାଉ ପୁଷ୍ଟିକର ତତ୍ତ୍ୱର ଏକ ଭଣ୍ଡାର । ଏଥିରେ କ୍ୟାଲସିୟମ ଥିବାରୁ ଯାହା ହାଡ଼କୁ ମଜବୁତ କରେ । ଲାଉ ଖାଇବା ଦ୍ୱାରା ପେଟ ସମସ୍ୟା, ହାଇ କୋଲେଷ୍ଟ୍ରଲ ଏବଂ ରକ୍ତ ଶର୍କରାକୁ ନିୟନ୍ତ୍ରଣ କରାଯାଇପାରିବ । ଗ୍ରୀଷ୍ମ ଋତୁରେ ଲାଉ ଖାଇବା ଦ୍ବାରା ପେଟ ଥଣ୍ଡା ରୁହେ ।
ବିନ୍ସ :
ଗ୍ରୀଷ୍ମ ଋତୁ ପାଇଁ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଆବଶ୍ୟକ । ବିନ୍ସ ପ୍ରୋଟିନର ଏକ ଭଲ ଉତ୍ସ । ଯାହାକୁ ଖରାଦିନେ ଖାଇବା ଉଚିତ । ବିନ୍ସ କମ୍ କ୍ୟାଲୋରୀ ପରିବା । ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ । ଫାଇବର ଗୁଣରେ ଭରପୂର ବିନ୍ସ । ବିନ୍ସ ଖାଇବା ଦ୍ୱାରା ସୁସ୍ଥ ପାଚନ କ୍ରିୟା ବଜାୟ ରଖିଥାଏ । ବିନ୍ସ ଭିଟାମିନ୍ K, ପ୍ରୋଟିନ୍, ଲୁହା, ଜିଙ୍କ୍ ଏବଂ ଆଣ୍ଟିଅକ୍ସିଡାଣ୍ଟର ଏକ ଭଲ ଉତ୍ସ ।
ତେଣୁ ଖରା ଦିନରେ ଏହି ସବୁ ପନିପରିବା ଖାଇବା ଖୁବ୍ ଲାଭଦାୟକ ହୋଇଥାଏ । ଯାହା ଗ୍ରୀଷ୍ମକାଳୀନ ସ୍ବାସ୍ଥ୍ୟ ସମସ୍ୟାକୁ ରୋକିଥାଏ ।






