ଏ.କେ ବ୍ୟୁରୋ : ବାସ୍ତୁ ଶାସ୍ତ୍ରରେ ଅନୁସାରେ ବାଥରୁମ୍ ସହିତ ଜଡିତ କିଛି କଥା ଅଛି । ଯାହା ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପକାଇଥାଏ । ଅନେକ ସମୟରେ ଅଜାଣତରେ ଆମର ଅନେକ ଭୁଲ୍ ହୋଇଯାଇଥାଏ । ଯାହା ପରବର୍ତ୍ତୀ ସମୟରେ ଘର ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ । ସୁଖ ଓ ଶାନ୍ତି ନଷ୍ଟ ହୋଇଯାଇଥାଏ ।
ସେହି ସବୁ ମଧ୍ୟରୁ ଖାଲି ବାଲଟି ବାଥରୁମରେ ରଖିବା ମଧ୍ୟ ଗୋଟିଏ ଭୁଲ ହୋଇଥାଏ । ଏମିତିରେ ପୁରୁଖା ଲୋକମାନେ କୁହନ୍ତି ଯେ, ବାଲଟିରେ ସବୁବେଳେ ପାଣି ଭରିକି ରଖିବା କଥା । ଲୋକ ବେଳେବେଳେ ଅନ୍ଧ ବିଶ୍ବାସ ଭାବି ଏହାକୁ ଣଦେଖା କରିଦେଇଥାଆନ୍ତି । କିନ୍ତୁ ଏପରି ଭୁଲ କରିବା ଦ୍ବାରା ଘରକୁ ଦାରିଦ୍ର୍ୟତା ମାଡି ଆସିଥାଏ ।
ବାସ୍ତୁରେ ପାଣିକୁ ଧନ ଏବଂ ସମୃଦ୍ଧିର ପ୍ରତୀକ ଭାବରେ ବିବେଚନା କରାଯାଏ । ବାଥରୁମରେ ଖାଲି ବାଲ୍ଟି ଆର୍ଥିକ ଅସୁବିଧାକୁ ସୂଚାଇଥାଏ ବୋଲି ବିଶ୍ୱାସ କରାଯାଏ । ଘରେ ଅଭାବ ଦେଖାଦେଇଥାଏ ଏବଂ ଟଙ୍କା ସଞ୍ଚୟ କରିବା କଷ୍ଟକର ହୋଇପଡେ । ଅନାବଶ୍ୟକ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇପାରେ । ତେଣୁ, ବ୍ୟବହାର ପରେ ବାଥରୁମରେ ଥିବା ବାଲଟିରେ ପୁଣି ପାଣି ଭରିଦେବା ଉଚିତ୍ । ପାଣିରେ ପୂର୍ଣ୍ଣ ବାଲଟି ସମୃଦ୍ଧି ଏବଂ କଲ୍ୟାଣର ପ୍ରତୀକ ବୋଲି ମାନାଯାଏ । ବାସ୍ତୁ ବିଶେଷଜ୍ଞଙ୍କ ମତରେ, ଖାଲି ବାଲଟି ନକାରାତ୍ମକ ଶକ୍ତିକୁ ଆକର୍ଷିତ କରେ । ଫଳରେ ଚିଡିଚିଡା, ଚାପ ଏବଂ ସାମାନ୍ୟ କଥା ଉପରେ ଯୁକ୍ତିତର୍କ ବଢ଼ିପାରେ ।

ସେହିପରି, ଜ୍ୟୋତିଷ ଶାସ୍ତ୍ରରେ, ପାଣିକୁ ଚନ୍ଦ୍ର ସହିତ ଏବଂ ପରିଷ୍କାରତା ଶନି ଗ୍ରହ ସହିତ ଜଡିତ । ଯଦି ବାଥରୁମ ମଇଳା ଥାଏ କିମ୍ବା ବାଲଟି ଖାଲି ଥାଏ ତେବେ ଏହା ଏହି ଦୁଇଟି ଗ୍ରହର ସନ୍ତୁଳନକୁ ବିଗାଡ଼ିପାରେ । ଯାହା ଦ୍ୱାରା କାମ ଅଧାରେ ବନ୍ଦ ହୋଇପାରେ ଏବଂ ବ୍ୟକ୍ତିଙ୍କ ଭାଗ୍ୟ କମଜୋର ହୋଇପାରେ ବୋଲି ବିଶ୍ୱାସ କରାଯାଏ । ମନସ୍ତତ୍ବ ଅନୁସାରେ ସଫା ସ୍ଥାନକୁ ମନକୁ ଶାନ୍ତି ପ୍ରଦାନ କରିଥାଏ ବୋଲି ମନସ୍ତତ୍ତ୍ବ ଅନୁସାରେ କୁହାଯାଇଛି । ଏହା ଅବ୍ୟବସ୍ଥାକୁ ସୂଚାଇଥାଏ ।
ଏଥିସହିତ ବାସ୍ତୁ ଶାସ୍ତ୍ର ଅନୁସାରେ ରାତିରେ ଶୋଇବା ପୂର୍ବରୁ ବାଲଟିରେ ସଫା ପାଣି ଭରି ରଖିବା ଶୁଭ ବୋଲି ମାନାଯାଏ । ଯଦି ବାଲଟି ଖାଲି ରଖାଯାଏ ତେବେ ଏହାକୁ ଧୋଇକି ଉଲଟା କରି ରଖିବା ଉଚିତ୍ । ଏହା ବ୍ୟତୀତ ବାଥରୁମରେ ନୀଳ ରଙ୍ଗର ବାଲଟି ବ୍ୟବହାର କରିବା ଦ୍ବାରା ସକରାତ୍ମକ ଉର୍ଜା ବୃଦ୍ଧି କରେ ବୋଲି ବିବେଚନା କରାଯାଏ ।






