ନୂଆଦିଲ୍ଲୀ ଏ.କେ ବ୍ୟୁରୋ :: ଆଜିକାଲି ଅନେକ ଦମ୍ପତିଙ୍କ ମନରେ ଗୋଟିଏ ପ୍ରଶ୍ନ ଥାଏ କି ପିଲା ଜନ୍ମ କରିବାର ସଠିକ୍ ବୟସ କ’ଣ ହୋଇଥାଏ। ପୂର୍ବରୁ ଯେଉଁଠି ଲୋକେ କମ୍ ବୟସରେ ପରିବାର ଆରମ୍ଭ କରୁଥିଲେ, ଆଜିର ସମୟରେ କ୍ୟାରିୟର୍, ଆର୍ଥିକ ଦାୟିତ୍ୱ, ବଦଳୁଥିବା ଜୀବନଶୈଳୀ ଏବଂ ନିଜର ଲକ୍ଷ କାରଣରୁ ବାପା-ମା’ ହେବାର ନିଷ୍ପତ୍ତି ବିଳମ୍ବରେ ନେଉଛନ୍ତି। ଏପରି ଭାବରେ ମହିଳାଙ୍କ ମନରେ ପ୍ରାୟତଃ ପ୍ରଶ୍ନ ଉଠେ ବଢୁଥିବା ବୟସ ଫର୍ଟିଲିଟି ଏବଂ ଗର୍ଭାବସ୍ଥା ଉପରେ କିପରି ପ୍ରଭାବ ପକାଏ।
ଫର୍ଟିଲିଟି ବିଶେଷଜ୍ଞ ଅନିନ୍ଦିତା ସିଂହଙ୍କ ଅନୁଯାୟୀ, ପିଲା ଜନ୍ମ କରିବା ପାଇଁ କୌଣସି ଏକ ନିର୍ଦ୍ଦିଷ୍ଟ ବୟସ ନଥାଏ। ଏହି ନିଷ୍ପତ୍ତି ଶାରୀରିକ ସ୍ୱାସ୍ଥ୍ୟ, ମାନସିକ ପ୍ରସ୍ତୁତି, ମେଡିକାଲ ସ୍ଥିତି ଏବଂ ବ୍ୟକ୍ତିଗତ ପରିସ୍ଥିତି ଉପରେ ନିର୍ଭର କରେ। ସଠିକ୍ ସମୟ ତାହାକୁ କୁହାଯାଏ ଯେତେବେଳେ ବ୍ୟକ୍ତି ନିଜକୁ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ କରିଥାଏ।
୨୦ ବର୍ଷ ବୟସରେ ଫର୍ଟିଲିଟି କାହିଁକି ଭଲ ହୋଇଥାଏ?
-ଡକ୍ଟର ଅନିନ୍ଦିତାଙ୍କ ଅନୁଯାୟୀ, ମହିଳାଙ୍କ ମଧ୍ୟରେ ୨୦ ବର୍ଷ ବୟସରେ ଫର୍ଟିଲିଟି ସବୁଠୁ ଭଲ ବୋଲି ବିବେଚନା କରାଯାଏ। ଏହି ସମୟରେ ଅଣ୍ଡାର ସଂଖ୍ୟା ଏବଂ ଗୁଣବତ୍ତା ଉଭୟ ଭଲ ହୋଇଥାଏ।
-ଶରୀର ମଧ୍ୟ ଗର୍ଭାବସ୍ଥାକୁ ସହଜରେ ସମ୍ଭାଳିବା ସ୍ଥିତିରେ ଥାଏ।
୩୦ ବର୍ଷ ପରେ ଶରୀରରେ କାହିଁକି ପରିବର୍ତ୍ତନ ହୁଏ ?
-ଡକ୍ଟରଙ୍କ ଅନୁଯାୟୀ ୩୦ ବର୍ଷ ବୟସରେ ମହିଳାଙ୍କ ଫର୍ଟିଲିଟି ଧିରେ ଧିରେ କମିବା ଆରମ୍ଭ କରେ। ଏହାର କାରଣ ଅଣ୍ଡାର ସଂଖ୍ୟା ଏବଂ ଗୁଣବତ୍ତାରେ ପରିବର୍ତ୍ତନ ହୋଇଥାଏ। ୩୫ ବର୍ଷ ପରେ ଏହି ଗୁଣବତ୍ତା ଅଧିକ ସ୍ପଷ୍ଟ ହୋଇପାରେ।
-କିଛି ମହିଳାଙ୍କ ଗର୍ଭଧାରଣରେ ଅଧିକ ସମୟ ଲାଗିପାରେ ଏବଂ ମେଡିକାଲ ସହାୟତାର ଆବଶ୍ୟକତା ମଧ୍ୟ ପଡିପାରେ। ଏହାର ଅର୍ଥ ଏହା ନୁହେଁ ଯେ ଏହି ବୟସରେ ସୁସ୍ଥ ଗର୍ଭଧାରଣ ସମ୍ଭବ ନୁହେଁ।
କ’ଣ ୩୦-୪୦ ବର୍ଷ ବୟସରେ ଗର୍ଭଧାରଣ ସମ୍ଭବ ହୋଇଥାଏ ?
ଆଜିକାଲି ଅନେକ ମହିଳା ୩୦-୪୦ ବର୍ଷ ବୟସ ମଧ୍ୟରେ ଗର୍ଭଧାରମ କରୁଛନ୍ତି। ଯଦି ମହିଳାଙ୍କ ସ୍ୱାସ୍ଥ୍ୟ ଭଲ ଥିବ, ନିୟମିତ ମେଡିକାଲ ଯାଞ୍ଚ କରାଉଥିବେ, ସଠିକ ଭାବରେ ଯତ୍ନ ନେଉଥିବେ ତେବେ ସୁସ୍ଥ ଗର୍ଭଧାରଣ ହୋଇପାରିବ।
ଜୀବନଶୈଳୀ ଫର୍ଟିଲିଟି ଉପରେ କିପରି ପ୍ରଭାବ ପକାଏ ?
ଖରାପ ଖାଦ୍ୟ, କମ୍ ନିଦ, ଅଧିକ ଚିନ୍ତା, ଧୂମ୍ରପାନ ଏବଂ ମଦ୍ୟପାନର ଅଭ୍ୟାସ ଫର୍ଟିଲିଟିକୁ ପ୍ରଭାବିତ କରିପାରେ। ସନ୍ତୁଳ୍ତ ଆହାର, ନିୟମିକ ବ୍ୟାୟାମ ଏବଂ ଭଲ ନିଦ ଶରୀରକୁ ସୁସ୍ଥ୍ ରଖିବାରେ ସାହାଯ୍ୟ କରେ। ସୁସ୍ଥ ଜୀବନଶୈଳୀ ଗର୍ଭଧାରଣ ସମ୍ଭାବନାକୁ ଉତ୍ତମ କରିବାରେ ସାହାଯ୍ୟ କରେ।






