ଏ . କେ ବ୍ୟୁରୋ : ସମ୍ବଲପୁର ଜିଲ୍ଲା ବାମରା ବ୍ଲକର ଶୋଲବଗା ଗାଁ। ଏହି ଗାଁରେ ପାଖାପାଖି ୬୦ ରୁ ୭୦ ପରିବାର ବସବାସ କରନ୍ତି। ହେଲେ ଆଜି ଅଧିକାଂଶ ପରିବାର ମୁରବିଶୂନ୍ୟ। ଅନେକ ସ୍ତ୍ରୀଙ୍କ ମଥାରୁ ପୋଛିହୋଇଯାଇଛି ସିନ୍ଦୁର। ଅନେକ ମା’ ନିଜ ପୁଅକୁ ହରାଇଛନ୍ତି। ଏହାର ମୁଖ୍ୟ କାରଣ ସାଜିଛି ‘ମଦ

ଗାଁରେ ମଦ ବିକ୍ରି ବନ୍ଦ ପାଇଁ ଅଣ୍ଟା ଭିଡିଛନ୍ତି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ସୋଲବଗା ଗାଁର ମହିଳାମାନେ। ମଦ ବନ୍ଦ ପାଇଁ ବାରମ୍ବାର ଗୁହାରୀ ପରେ ବି ପ୍ରଶାସନ ଶୁଣିଲାନି, ଶେଷରେ ନିଶାନିବାରଣ ପାଇଁ ନିଜେ ରାଜପଥକୁ ଓହ୍ଲାଇଛନ୍ତି ଏହି ଗାଁର ଶତାଧିକ ମହିଳା। ଆସନ୍ତୁ ଦେଖିବା ଏହି ରିପୋର୍ଟ। ସମ୍ବଲପୁର ଜିଲ୍ଲା ବାମରା ବ୍ଲକର ଶୋଲବଗା ଗାଁ। ଏହି ଗାଁରେ ପାଖାପାଖି ୬୦ ରୁ ୭୦ ପରିବାର ବସବାସ କରନ୍ତି। ହେଲେ ଆଜି ଅଧିକାଂଶ ପରିବାର ମୁରବିଶୂନ୍ୟ। ଅନେକ ସ୍ତ୍ରୀଙ୍କ ମଥାରୁ ପୋଛିହୋଇଯାଇଛି ସିନ୍ଦୁର। ଅନେକ ମା’ ନିଜ ପୁଅକୁ ହରାଇଛନ୍ତି। ଏହାର ମୁଖ୍ୟ କାରଣ ସାଜିଛି ‘ମଦ’। ଗାଁ ଭିତରେ ଥିବା ମଦଭାଟିରୁ ମଦ ପିଇ ଅନେକ ଲୋକ ଅକାଳରେ ମୃତ୍ୟୁବରଣ କରୁଛନ୍ତି। ଏନେଇ ବାରମ୍ବାର ଅଭିଯୋଗ ପରେ ବି କେହି ଶୁଣିଲେନି। ଶେଷରେ ନିଜ ପରିବାରକୁ ନିଜେ ବଞ୍ଚାଇବାକୁ ଏକାଠି ହୋଇଛନ୍ତି ମହିଳା। ସଭା ସମିତି କରି ଗାଁ ଗାଁ, ଘର ଘର ବୁଲି ମଦ ବିକ୍ରି ବନ୍ଦ କରିବା ସହ ଏହାର କୁପରିଣାମ ବିଷୟରେ ସଚେତନ କରୁଛନ୍ତି। ମଦ ପିଇ କିଏ ଗାଁରେ ତୁମୁଳ କାଣ୍ଡ କରୁଛି ତ’ ଆଉ କିଏ ଘରେ ମାଡ଼ପିଟ୍ କରୁଛି। ଆଖିରେ ଆଖିଏ ଲୁହ ଆଉ କୋହ ନେଇ ଅନେକ ମଦ ବିରୋଧୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ବାମରା ବ୍ଲକ ଅଧ୍ୟକ୍ଷା ମଧ୍ୟ ମହିଳାଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ ଘର ଘର ବୁଲି ସଚେତନ କରିଛନ୍ତି।






