ଏ.କେ ବ୍ୟୁରୋ : ବୌଦ୍ଧ ବ୍ଲକ୍ ଅନ୍ତର୍ଗତ ଗୋଛାପଡ଼ା ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ଶ୍ୱେତପଦ୍ମା ଦତ୍ତଙ୍କ ଅକାଳ ବିୟୋଗ ଘଟିଛି।
ବୌଦ୍ଧ: 24.09.2026 ମିଳିଥିବା ସୂଚନା ଅନୁସାରେ, ଗତକାଲି ହଠାତ୍ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ବାଉଁଶୁଣି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଜଣେ କର୍ତ୍ତବ୍ୟନିଷ୍ଠ ତଥା ସ୍ନେହମୟୀ ଶିକ୍ଷୟତ୍ରୀ ଭାବେ ସେ ବିଦ୍ୟାଳୟ ଓ ଅଞ୍ଚଳରେ ବେଶ୍ ପରିଚିତ ଥିଲେ। ତାଙ୍କର ଅକାଳ ବିୟୋଗରେ ବିଦ୍ୟାଳୟ, ପରିବାର, ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି। ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଉଛି।
ବୌଦ୍ଧ ରୁ କୃତିବାସ ପଳିଆଙ୍କ ସହ ଜିଲ୍ଲା ପ୍ରତିନିଧି ସବ୍ୟସାଚୀ କର୍ଣ୍ଣଙ୍କ ରିପୋର୍ଟ ଆପଣଙ୍କ ଖବର






