ଏ.କେ ବ୍ୟୁରୋ : ବର୍ତ୍ତମାନର ଚୋରି ଏକ ସାଧାରଣ ସମସ୍ୟା ପାଲଟିଗଲାଣି । ସବୁଦିନ ଯେଉଁଠି ବି ହେଲେ ନିଶ୍ଚିତ ଚୋରି ହୋଇଥିବ । ଘରୁ ହେଉ କିମ୍ବା ବାହାର ସବୁଠି ହୋଇଥାଏ ଚୋରି ।
କେହି କେହି ବନ୍ଧୁକ ଦେଖାଇ ଲୁଟୁଛନ୍ତି ତ ଆଉ କେହି କଳା କପଡ଼ା ଘୋଡ଼ାଇ ହୋଇ ଲୁଟୁଛନ୍ତି । ଏହିଭଳି ଏକ ଘଟଣା କେନ୍ଦ୍ରାପଡ଼ାରେ ଦେଖିବାକୁ ମିଳିଛି । ଯେଉଁଠାରେ ଗ୍ରୋସରୀ ଭର୍ତ୍ତି ପିକଅପ୍ ଭ୍ୟାନକୁ ଲୁଟି ନେଇଛନ୍ତି ।
ଘର ଆଗରୁ ଲୁଟିନେଲେ ଗ୍ରୋସରୀ ଭର୍ତ୍ତି ପିକଅପ୍ ଭ୍ୟାନ୍। କେନ୍ଦ୍ରାପଡା ସଦର ଥାନା ଛଘରିଆ ଗାଁରେ ଲୁଟ୍ ହୋଇଛି । ଗାଁର ରଶ୍ମିକାନ୍ତ ସାହୁ ପିକଅପ୍ ଭ୍ୟାନରେ କଟକ ମାଲଗୋଦାମରୁ ୩ ଲକ୍ଷ ଟଙ୍କାର ଗ୍ରୋସରୀ ଆଣି ଦୋକାନ ଆଗରେ ରଖିଥିଲେ ।
ସକାଳୁ ଅନଲୋଡ୍ ହେବାର ଥିଲା । ହେଲେ ଗତକାଲି ରାତିରେ ସମସ୍ତ ସାମଗ୍ରୀ ଚୋରି କରିନେଇଛନ୍ତି ଲୁଟେରା । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ରଶ୍ମିକାନ୍ତ । ସିସିଟିଭି ଯାଞ୍ଚ କରି ତଦନ୍ତ କରୁଛି ପୋଲିସ ।






