ଏ.କେ ବ୍ୟୁରୋ : ବାଲେଶ୍ଵର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ମିସାଇଲ ପରୀକ୍ଷଣ । ଲଞ୍ଚ ପ୍ୟାଡ-୩ରୁ ଏକ ଗୁରୁତ୍ୱପୂର୍ଣ୍ଣ ମିସାଇଲ ପରୀକ୍ଷଣ ହୋଇଛି । ଆଜି ଅପରାହ୍ନ ୩.୫୦ରେ ଉତକ୍ଷେପଣ ହୋଇଛି ମିସାଇଲ । ମିସାଇଲ ପରୀକ୍ଷଣ ପାଇଁ ଲଞ୍ଚ ପ୍ୟାଡ଼ରୁ ୧ରୁ ୩.୫ କିଲୋମିଟର ମଧ୍ୟରେ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ପ୍ରାୟ ୧୧ ହଜାର ୪୪୨ଜଣଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନାନ୍ତର କରାଯାଇଥିଲା । ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।
ସୂଚନାଯୋଗ୍ୟ, ଗତମାସ ଚାନ୍ଦିପୁରରୁ ଗର୍ଜିଥିଲା ‘ଅଗ୍ନି-୧’ । ଚାନ୍ଦିପୁର ସମନ୍ୱିତ ଟେଷ୍ଟ ରେଂଜରୁ ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ ମିସାଇଲ ‘ଅଗ୍ନି-୧’ ର ସଫଳ ପରୀକ୍ଷଣ ହୋଇଥିଲା । ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ଷ୍ଟ୍ରାଟେଜିକ୍ ଫୋର୍ସେସ୍ କମାଣ୍ଡର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ପରୀକ୍ଷଣ ହୋଇଥିଲା । ମିସାଇଲଟି ସମସ୍ତ ବୈଷୟିକ ମାନଦଣ୍ଡକୁ ପୂରଣ କରି ନିଜର ନିର୍ଦ୍ଧାରିତ ଲକ୍ଷ୍ୟଭେଦ କରିବାରେ ସଫଳ ହୋଇଥିଲା ।






