ସାଲେପୁର (ଆପଣଙ୍କ ଖବର,ଶିଶୁ କୃଷ୍ଣ ନନ୍ଦ)
ଦୀର୍ଘ ଦିନପରେ ଆରମ୍ଭ ହୋଇଛି ଛାତ୍ର ସଂସଦ ନିର୍ବାଚନ।ଏହି ଖବର ଶୁଣି ସମସ୍ତ କଲେଜରେ ଛାତ୍ର ଓ ଛାତ୍ରୀ ମାନଙ୍କ ଭିତରେ ଖୁସିର ମାହୋଲ ଖେଳିଯାଇଛି।

ଏହି ଛାତ୍ର ସଂସଦ ନିର୍ବାଚନ ର ଆଜି ଥିଲା ନାମାଙ୍କନ ଦାଖଲ କରିବାର ଶେଷ ତାରିଖ।ଏହି ପରିପ୍ରେକ୍ଷୀରେ ଆଜି ସାଲେପୁର ବ୍ଲକ୍ ଅନ୍ତର୍ଗତ ଜପକୁଦ ମହିଳା ମହାବିଦ୍ୟାଳୟ ରେ ନୋମିନେସନ ଦାଖଲ କରିଛନ୍ତି ଛାତ୍ରୀ ମାନେ।ବିଜୁଛାତ୍ର ଜନତା ଦଳ ତରଫରୁ ସଭାପତି ପ୍ରୀୟା ପୁଜାଲିନି ପରିଜା, ଉପସଭାପତି ଲିପ୍ସା ମିଶ୍ର, ସଂପାଦକ ଗୀତାଞ୍ଜଳି ରାଉତ,ସହ ସଂପାଦକ ନିଶିତା ଦାଶ ନାମାଙ୍କନ ପତ୍ର ଦାଖଲ କରିଥିଲେ।

ସରକାର କରିଥିବା ସମସ୍ତ ନିତୀ ନିୟମ ର ସହ ସମସ୍ତ ପ୍ରାର୍ଥୀ ନିଜ ନିଜର ସମର୍ଥକ ଓ ପ୍ରସ୍ତାବକ ଙ୍କ ସହ ଛାତ୍ରୀ ମାନଙ୍କ ସହ ଯାଇ ନାମାଙ୍କନ ପତ୍ର ଦାଖଲ କରିଥିଲେ।ଆସନ୍ତା ୧୫ ତାରିଖ ଦିନ ପାର୍ଥୀ ଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ।ଏତେଦିନ ପରେ କଲେଜରେ ଛାତ୍ର ସଂସଦ ନିର୍ବାଚନ ଆସିଥିବାରୁ ସମସ୍ତ ଛାତ୍ର ଓ ଛାତ୍ରୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।






