ଏ.କେ ବ୍ୟୁରୋ : କଣ୍ଟାମାଳ, ବ୍ରାହ୍ମଣୀ : ଆଜି ଯେମିତି ଆକାଶରୁ ନିଆଁ ବର୍ଷୁଛି। ସକାଳ ୧୧ଟା ହେଲାଣି କି ନାହିଁ, ତାପମାତ୍ରା ୪୨ ଡିଗ୍ରୀ ଛୁଇଁ ସାରିଲାଣି। ପାଣିପାଗ ବିଭାଗର ଆକଳନ କହୁଛି – ଦିନ ବଢ଼ିଲେ ପାରଦ ଆହୁରି ଉପରକୁ ଉଠିବ।
ଏମିତି ତତଲା ଖରାରେ ଲୋକେ ଘରୁ ପଦାକୁ ବାହାରିବାକୁ ଡରୁଛନ୍ତି। ରାସ୍ତାଘାଟ ଖାଁ ଖାଁ। ଦୋକାନ ବଜାର ଦିନ ୧୨ଟା ବେଳକୁ ବନ୍ଦ ହୋଇଯାଉଛି। ଯେଉଁ କାମ ନହେଲେ ଚଳିବନି, ସେଇ କାମ ପାଇଁ ବି ଲୋକେ ସକାଳ ୮ଟା ଭିତରେ ସାରିଦେଉଛନ୍ତି। ସବୁଠୁ ବେଶି ହଇରାଣ ହେଉଛନ୍ତି ବୟସ୍କ ଲୋକେ। ବୁଢ଼ା-ବୁଢ଼ୀ ମାନେ ପେନସନ୍ ଉଠେଇବାକୁ ବ୍ୟାଙ୍କ କି ଜରୁରୀ କାଗଜ ପାଇଁ ତହସିଲ ଅଫିସକୁ ଯାଇପାରୁନାହାନ୍ତି। ତାତିରେ ମୁଣ୍ଡ ବୁଲେଇବା, ଡିହାଇଡ୍ରେସନ୍ ହେବା ଭୟରେ ଡାକ୍ତର ବି ବାହାରକୁ ନ ବାହାରିବାକୁ ପରାମର୍ଶ ଦେଉଛନ୍ତି। ପଞ୍ଚାୟତ ପକ୍ଷରୁ ବଜାର ଓ ବସଷ୍ଟାଣ୍ଡରେ ଜଳଛତ୍ର ଖୋଲିବାକୁ ଅନୁରୋଧ। ଆଶା, ମେଘ ଖଣ୍ଡେ ଆସି ଟିକେ ଆଶ୍ୱସ୍ତି ଦେବ।
କଣ୍ଟାମାଳରୁ ରାଜା ମହାକୁଡଙ୍କ ରିପୋର୍ଟ ଆପଣଙ୍କ ଖବର






