ତଳଗାଁ (ହରଭଙ୍ଗା) ତା.୨୨.୦୬.୨୦୨୬: ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ ଅଗନାଅଗନି ଜଙ୍ଗଲ ମଧ୍ୟରେ ଅବସ୍ଥିତ ତଳଗାଁ ଗ୍ରାମ ପଞ୍ଚାୟତ ପରିସରରେ ଆୟୋଜିତ ବୌଦ୍ଧ ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିରରେ ଯୋଗଦେଇଥିବା ଜନସାଧାରଣଙ୍କୁ ଆନନ୍ଦ ମାର୍ଗ ୟୁନିଭର୍ଷାଲ ରିଲିଫ୍ ଟିମ୍ ବୌଦ୍ଧ ଜିଲ୍ଲା ଶାଖା ତରଫରୁ ସରବତ ଲେମ୍ବୁ ମିଶ୍ରି ପାଣି ବଣ୍ଟନ କରଯାଇଥିଲା।
ଏହି ଜନ ଶୁଣାଣୀ ଶିବିର କାର୍ଯ୍ୟକ୍ରମରେ ବିଭିନ୍ନ ଲୋକ ତାଙ୍କର ବ୍ୟକ୍ତିଗତ ତଥା ସାମୂହିକ ସମସ୍ୟାନେଇ ଜିଲ୍ଲା ପ୍ରଶାସନ ନିକଟରେ ନିଜ ନିଜର ଅଭିଯୋଗ ସମାଧାନ କରିବାପାଇଁ ଦୂର ଦୁରାନ୍ତରୁ ଜଙ୍ଗଲ ଭିତରୁ ଆସିଥାନ୍ତି…. ଜିଲ୍ଲାପାଳ ଶ୍ରୀବିଭୂତି ଭୂଷଣ ନାୟକ ଅଭିଯୋଗ ଶୁଣି ଜିଲ୍ଲାପାଳ ନିଜପଦ କ୍ଷମତା ବଳରେ କିଛି ସମୟ ମଧ୍ୟରେ କେତେ ସମସ୍ୟା ତୁରନ୍ତ ସମାଧାନ କରିଥିଲେ… ଆଉ କିଛି ଚେଷ୍ଟା ଜାରି ରଖନ୍ତି ଯେ ହେତୁ ଜିଲ୍ଲାର ସବୁ ବିଭାଗର ଉଚ୍ଚ ପଦାଧିକାରୀମାନେ ଉପସ୍ଥିତ ଥାଆନ୍ତି। ବୃଦ୍ଧ ବୃଦ୍ଧା ବିଧବା ଦିବ୍ୟାଙ୍ଗ(Disabled) ଠାରୁ ଆରମ୍ଭ କରି ଅସହାୟ ଗରିବ ନିରୀହ ଜମିହୀନ ଭୂମିହୀନ ତଥା ଚିକିତ୍ସା ସହାୟତା ଆଶାରେ ରୋଗୀ ଇତ୍ୟାଦି ଏହି ଅଭିଯୋଗ ପାଇଁ ଆସି ଘଣ୍ଟା ଘଣ୍ଟା ଧରି ସମାଧାନ ଆଶାରେ ସାନ୍ତ୍ଵନା ବାଣୀ ଶୁଣିବାକୁ ଅପେକ୍ଷା କରିଥାନ୍ତି। ଆଜି ବିଶେଷ ଭାବରେ ସବୁଠୁ ବଡ଼ ସମସ୍ୟା ଥିଲା ଚାଷୀ ତାର କଷ୍ଟୋପାର୍ଜିତ ଧାନ ତଳଗାଁ ଧାନ ମଣ୍ଡିରେ ବିକ୍ରି କରିବା ପରେ କୁଶଙ୍ଗ କୁ ନିଜର ଆଖି ସ୍କାନ୍ କରିବାପାଇଁ ଯିବାକୁ ପଡ଼ୁଚି ଯାହା କି ଆଦୌ ଚାଷୀ ମାନଙ୍କ ପାଇଁ ସୁବିଧା ନୁହେଁ । ଜିଲ୍ଲାପାଳଙ୍କୁ ଏହି ସ୍ମାରକପତ୍ର ଦେବାପରେ ତୁରନ୍ତ ସମାଧାନ ପାଇଁ ବୌଦ୍ଧ ଡି.ଆର୍ ସି. ଏସ୍.ଙ୍କୁ କଡ଼ା ନିର୍ଦ୍ଦେଶ ଦେଲେ।

ଏହିପରି କିଛି ସମସ୍ୟାର ସମାଧାନ ହୁଏ ,ଆଉ କିଛି ଚାହିଁ ଚାହିଁ ଦିନ ସରିଯାଏ…. ବାରମ୍ବାର ଲୋକ ଏହିପରି ଶିବିରକୁ ଆସି ନିରାଶ ହୋଇଥାନ୍ତି। ଯେହେତୁ ଏହି ଶିବିରଟି ପ୍ରାୟ ଦୁଇ ବର୍ଷ ପରେ ତଳଗାଁ ରେ ଅନୁଷ୍ଠିତ ହୋଇଥିଲା…. ତେଣୁ ଅନେକ ଆଶା ଆକାଂକ୍ଷା ନେଇ ପ୍ରାୟ ଆର୍ଥିକ – ମାନସିକ ଅନଗ୍ରସର ଶ୍ରେଣୀର ଲୋକ ହିଁ ଆସିଥିଲେ… ସେମାନଙ୍କୁ କିଛି ଜଳସେବା ( ମିଶ୍ରି ଲେମ୍ବୁ ସରବତ) ବ୍ୟବସ୍ଥା ଆନନ୍ଦ ମାର୍ଗ ୟୁନିଭର୍ସାଲ୍ ରିଲିଫ୍ ଟିମ୍, ବୌଦ୍ଧ ଜିଲ୍ଲା ଶାଖା ତରଫରୁ କରାଯାଇଥିଲା।ମିଶ୍ରି ଲେମ୍ବୁ ସରବତ ପାଣି ସାଧାରଣ ଲୋକଙ୍କୁ ବଣ୍ଟନ କାର୍ଯ୍ୟର ଶୁଭାରମ୍ଭ କରିଥିଲେ ସ୍ଥାନୀୟ ତଳଗାଁ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ପ୍ରତିମା କହଁର, ବୌଦ୍ଧ ଜିଲ୍ଲାର ମହିଳା ଓ ଶିଶୁ କଲ୍ୟାଣ ବିଭାଗର ପ୍ରୋଗ୍ରାମ ଅଫିସର୍ ରୀନା ମହାନ୍ତି, ହରଭଙ୍ଗା ସିଡିପିଓ ଦୀପ୍ତିମୟୀ ପାତ୍ର , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀବିଦ୍ୟାପତି ପଣ୍ଡା ଏବଂ ବରିଷ୍ଠ ସମାଜସେବୀ କେଦାରନାଥ ସାହୁ ।
ଦିନ ୧୦ ଟାରୁ ଆରମ୍ଭ ହୋଇଥିବା ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ସରିବା ଯାଏ ଏହି ସରବତ ଲେମ୍ବୁ ମିଶ୍ରିପାଣି ବଣ୍ଟନ କାର୍ଯ୍ୟରେ ଅଙ୍ଗନବାଡ଼ି କର୍ମୀ ଗୀତାଞ୍ଜଳି ପ୍ରଧାନ, ଆଶାଦିଦି, ପଞ୍ଚାନନ ନାୟକ ଏଵଂ ବୃନ୍ଦାବନ ବେହେରା ପ୍ରମୁଖ ଆନନ୍ଦ ମାର୍ଗର ସ୍ବେଚ୍ଛାସେବୀ ବୃନ୍ଦ ସହଯୋଗ କରିଥିଲେ l






