ଏ.କେ ବ୍ୟୁରୋ : କକ୍ରୋଚ୍ ଜନତା ପାର୍ଟି। ରାଜନୈତିକ ଦଳ ନୁହେଁ କିନ୍ତୁ ରାଜନୈତିକ ଦଳ ଠାରୁ ଆହୁରି ଲୋକପ୍ରିୟ। ସୋସିଆଲ ମିଡ଼ିଆ ଫ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଦେଢ କୋଟିରୁ ଅଧିକ ଫଲୋଅର୍ସ। ଆଉ ଏହି ସମର୍ଥନ ମିଳିଛି ମାତ୍ର ୫ ଦିନରେ। ପ୍ରତି ସେକେଣ୍ଡରେ ବଢୁଛି ଫଲୋଅର୍ସ ସଂଖ୍ୟା। ଡିଜିଟାଲ ପ୍ଲାଟଫର୍ମରେ ପାଦ ଦେବା ପରଠାରୁ ବିଜେପି ଓ କଂଗ୍ରେସ ଯାହା କରିପାରିନଥିଲେ ତାହା ମାତ୍ର ୫ ଦିନରେ କରି ଦେଖାଇଛି କକ୍ରୋଚ୍ ଜନତା ପାର୍ଟି। ସବୁଠି ଏବେ ଏହାକୁ ନେଇ ଚର୍ଚ୍ଚା।
ବ୍ୟବସ୍ଥାକୁ ଆଙ୍ଗୁଠି ଦେଖାଇ ଯୁବବର୍ଗଙ୍କ ଭରସା ଜିଣିଥିବା କକ୍ରୋଚ୍ ଜନତା ପାର୍ଟି ଆଗକୁ ଗଣତନ୍ତ୍ର ପାଇଁ ବିପଦ ସାଜିବ ତ ? କକ୍ରୋଚ୍ ଜନତା ପାର୍ଟି। ରାଜନୈତିକ ଦଳ ନୁହେଁ କିନ୍ତୁ ରାଜନୈତିକ ଦଳ ଠାରୁ ଆହୁରି ଲୋକପ୍ରିୟ। ସୋସିଆଲ ମିଡ଼ିଆ ଫ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଦେଢ କୋଟିରୁ ଅଧିକ ଫଲୋଅର୍ସ। ଆଉ ଏହି ସମର୍ଥନ ମିଳିଛି ମାତ୍ର ୫ ଦିନରେ। ବେକାରୀଙ୍କୁ ନେଇ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ବୟାନ ବିରୋଧରେ ଡିଜିଟାଲ ପ୍ଲାଟଫର୍ମରେ ହୋଇଥିବା ଆନ୍ଦୋଳନରୁ ଜନ୍ମ ନେଇଥିଲା କକ୍ରୋଚ୍ ଜନତା ପାର୍ଟି। ବେକାରି, ଶାରୀରିକ ଭାବେ ଅଳସୁଆ, ସୋସିଆଲ ମିଡିଆରେ ଅଧିକ ସମୟ ଅତିବାହିତ କରୁଥିବା ୟୁଜର୍ସଙ୍କୁ ଏହି ଫ୍ଲାଟଫର୍ମରେ ମିଳିଥିଲା ପ୍ରାଥମିକତା। ସରକାରୀ ବ୍ୟବସ୍ଥା ବିରୋଧରେ ସ୍ବର ଉଠାଇବା ସହ ଦୁର୍ନୀତିମୁକ୍ତ ଦେଶ ଗଠନରେ ଭାଗିଦାରୀ ହେବାକୁ ଆହ୍ବାନ ଦେଇଛି ଏହି ପ୍ଲାଟଫର୍ମ। ଯାହା ଯୁବବର୍ଗଙ୍କୁ ବେଶ ପସନ୍ଦ ଆସିଛି। ଡିଜିଟାଲ୍ ପ୍ଲାଟଫର୍ମରେ ସରକାରୀ ବ୍ୟବସ୍ଥା ବିରୋଧରେ ଏଭଳି ଆନ୍ଦୋଳନ ପୂର୍ବରୁ ବୋଧହୁଏ କେବେ ଦେଖିନାହିଁ ଭାରତ। ସିଜେପିର ଏହା ସାମୟିକ ସଫଳତା ହୋଇପାରେ ସତ ହେଲେ ଏହାର ଆଭିମୁଖ୍ୟ କେଉଁଭଳି ସ୍ଥିତି ସୃଷ୍ଟି କରିବ ତାହା ଅକଳ୍ପନୀୟ। ବାଂଲାଦେଶ ଓ ନେପାଳରେ ଏହାର ଝଲକ ଦେଖିସାରିଛନ୍ତି ବିଶ୍ବବାସୀ। କାରଣ କକ୍ରୋଚ୍ ଜନତା ପାର୍ଟିର ରାଜନୈତିକ ଇଚ୍ଛା କିଛି ଏଭଳି ଦିଗକୁ ଇଙ୍ଗିତ କରୁଛି।






