ଏ.କେ ବ୍ୟୁରୋ : ଇଂଲଣ୍ଡ ବିପକ୍ଷ ଟି୨୦ ଏବଂ ଦିନିକିଆ ସିରିଜ ପରେ ଟେଷ୍ଟ ସିରିଜ ଖେଳିବ ଟିମ୍ ଇଣ୍ଡିଆ । ଶ୍ରୀଲଙ୍କା ବିପକ୍ଷରେ ଦୁଇଟି ଟେଷ୍ଟ ମ୍ୟାଚ ସିରିଜ ଖେଳିବ ଟିମ୍ ଇଣ୍ଡିଆ । ବିଶ୍ବ ଟେଷ୍ଟ ଚାମ୍ପିଅନସିପ ପାଇଁ ଟିମ୍ ଇଣ୍ଡିଆ ଏହି ସିରିଜ ଖେଳିବା ବେଶ୍ ଗୁରୁତ୍ବପୂର୍ଣ୍ଣ । ଏହାକୁ ନେଇ ଖେଳସୂଚୀ ଘୋଷଣା କରିଛି ବିସିସିଆଇ ।
ଟିମ୍ ଇଣ୍ଡିଆ ଶୁବମନ ଗିଲଙ୍କ ଅଧିନାୟକତ୍ବରେ ଅଗଷ୍ଟରେ ଶ୍ରୀଲଙ୍କା ଟୁର କରିବ । ଆଇସିସି ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଅଧିନରେ ୨ଟି ଟେଷ୍ଟ ଖେଳାଯିବ । ଟିମ୍ ଇଣ୍ଡିଆ ଏବେ ବିଶ୍ବ ଟେଷ୍ଟ ଚାମ୍ପିଅନସିପ ପଏଣ୍ଟ ଟେବୁଲରେ ନିମ୍ନରେ ରହିଛି । ଏହି ସିରିଜ ଜିତି ନିଜ ସ୍ଥିତି ସୁଧାରିବ । ସିରିଜର ଆରମ୍ଭ ଅଗଷ୍ଟ ୧୫ରୁ ହେବ । ପ୍ରଥମ ଟେଷ୍ଟ ସିରିଜ ଅଗଷ୍ଟ ୧୫ ରୁ ୧୯ ଯାଏଁ ହେବ । ସେହିପରି ଦ୍ବିତୀୟ ମ୍ୟାଚ୍ ଅଗଷ୍ଟ ୨୩ରୁ ଅଗଷ୍ଟ ୨୭ ମଧ୍ୟରେ ହେବ । କଲମ୍ବୋରେ ମ୍ୟାଚ ଖେଳାଯିବ ।
ଇଂଲଣ୍ଡ ସହିତ ସିରିଜ ସରିବା ପରେ ଟିମ୍ ଇଣ୍ଡିଆ ଜିମ୍ବାୱେ ଟୁରରେ ଯିବ । ଜିମ୍ବାୱେ ବିପକ୍ଷରେ ଭାରତ ୩ଟି ଟି୨୦ ମ୍ୟାଚ ସିରିଜ ଖେଳିବ । ଏହି ସରିଜ ଦିନିକିଆ ବିଶ୍ବକପ ପାଇଁ ପ୍ରସ୍ତୁତି ବୋଲି ଜଣାପଡିଛି । ୨୦୨୭ରେ ସାଉଥ ଆଫ୍ରିକା, ଜିମ୍ବାୱେ ଏବଂ ନାମିବିୟା ମିଳିତ ସହଯୋଗରେ ଖେଳାଯିବ ଦିନିକିଆ ବିଶ୍ବକପ ।






