ଏ.କେ ବ୍ୟୁରୋ : କଣ୍ଟାମାଳ, ଚାଷ କାମ ପାଇଁ ଜମି ହଲ କରୁଥିବା ସମୟରେ ଏକ ଟ୍ରାକ୍ଟର ଉପରେ ହଠାତ୍ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡିବାରୁ ବଡ ଅଘଟଣ ହୋଇଯାଇଛି। ଘଟଣାଟି ବୌଦ୍ଧ ଜିଲ୍ଲା ବରଗୋଛା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚିଙ୍ଗିରାପାଳି ଗ୍ରାମରେ ଘଟିଛି।
ସ୍ଥାନୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଚିଙ୍ଗିରାପାଳି ଗ୍ରାମର ଜଣେ ଚାଷୀ ନିଜ ଜମିରେ ସୋନାଲିକା ଟ୍ରାକ୍ଟର ସାହାଯ୍ୟରେ ହଲ କରୁଥିଲେ। ଏହି ସମୟରେ ଜମି ପାଖରେ ଥିବା ଏକ ପୁରୁଣା ବିଦ୍ୟୁତ ଖୁଣ୍ଟ ହଠାତ୍ ଭାଙ୍ଗି ଟ୍ରାକ୍ଟର ଉପରେ ପଡି ଯାଇଥିଲା। ଖୁଣ୍ଟଟି ଟ୍ରାକ୍ଟରର ଷ୍ଟିଅରିଂ ଉପରେ ପଡି ଅଟକି ଯାଇଥିବା ବେଳେ ଟ୍ରାକ୍ଟର ଚାଳକ ଅଳ୍ପକେ ବର୍ତି ଯାଇଛନ୍ତି । ଘଟଣା ସମୟରେ ବିଦ୍ୟୁତ ସଂଯୋଗ ନଥିବାରୁ ଏକ ବଡ ବିଦ୍ୟୁତ ଦୁର୍ଘଟଣା ଏଡାଇ ଯାଇଛି। କିନ୍ତୁ ଟ୍ରାକ୍ଟରର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି।
କଣ୍ଟାମାଳରୁ ରାଜା ମହାକୁଡଙ୍କ ସହ ଜିଲ୍ଲା ପ୍ରତିନିଧି ସବ୍ୟସାଚୀ କର୍ଣ୍ଣଙ୍କ ରିପୋର୍ଟ ଆପଣଙ୍କ ଖବର






