ଏ.କେ ବ୍ୟୁରୋ : ଡାକ୍ତରଖାନାରେ ରୋଗୀଙ୍କ ସ୍ୱାମୀଙ୍କୁ ନିସ୍ତୁକମାଡ଼ ଅଭିଯୋଗ । ପାଟଣାଗଡ଼ ଥାନାରେ ଏତଲା । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଡାକ୍ତରଖାନାରେ ଭିଡିଓ ଉତ୍ତୋଳନକୁ ନେଇ ରୋଗୀଙ୍କ ସ୍ୱାମୀଙ୍କୁ ନିସ୍ତୁକମାଡ଼ ଅଭିଯୋଗ ହୋଇଛି ।
ପାଟଣାଗଡ଼ ଥାନା ସିଲେଟପଡା ଗାଁର ଭୀମ ସୁନାଙ୍କ ସ୍ତ୍ରୀଙ୍କୁ କୌଣସି ଗୋଟିଏ ବିଷାକ୍ତ ଜୀବ କାମୁଡିଥିବା ବେଳେ ପାଟଣାଗଡ଼ ଡାକ୍ତରଖାନା ଆଣିଥିଲେ । ତାଙ୍କ ସ୍ତ୍ରୀଙ୍କୁ ଚିକିତ୍ସା କରିବା ପାଇଁ ଡାକ୍ତର ଆସୁନଥିବାରୁ ତାଙ୍କ ମୋବାଇଲରେ ଭିଡିଓ ଉତ୍ତୋଳନ କରିଥିଲେ। ପରେ ଡାକ୍ତର ଆସି ଭିଡିଓ କାହିଁକି କରୁଛ ଡିଲେଟ କର ବୋଲି କହିଥିଲେ । ଭିଡିଓ ଡିଲେଟ ନକରିବାରୁ ଡାକ୍ତରଖାନା ବାହାରକୁ ନେଇ ଡାକ୍ତରଖାନା ସିକ୍ୟୁରିଟିକୁ ନିସ୍ତୁକ ମାଡ଼ ମାରିଥିବା ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଭୀମସୁନା । ଅନ୍ୟ ପକ୍ଷରେ ପାଟଣାଗଡ଼ ସିଡ଼ିଏମଓ ସିକୁରିଟି ନୁହେଁ ଉପସ୍ଥିତ ଜନସାଧାରଣ ପିଟିଥାଇପାରନ୍ତି ଯାହା ତଦନ୍ତ ପରେ ଜଣାପଡିବ ଓ ଯିଏବି ଦୋଷୀ ସାବ୍ୟସ୍ତ ହେବ ତା ବିରୁଦ୍ଧରେ ଦୃଢ କାର୍ଯାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ଘଟଣାସ୍ଥଳ ରେ ପାଟଣାଗଡ଼ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରିରଖିଛି।






