ଏ.କେ ବ୍ୟୁରୋ : ଏ.କେ ବ୍ୟୁରୋ :ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ମାମଲାର ତନାଘନା ତଦନ୍ତ । ଚନ୍ଦ୍ରିକାଙ୍କ ବାପା, ମାଆଙ୍କ ସହ ମାମୁ, ମାଇଁ ଏବଂ ମାମୁ ଝିଅକୁ ପଚରାଉଚରା କରିଛି ବାରଙ୍ଗ ପୋଲିସ । ପ୍ରାୟ ସାଢ଼େ ୪ ଘଣ୍ଟା ଧରି ଉଦଳା ରାଇଦାଣ୍ଡିଆସ୍ଥିତ ଘରେ ତଦନ୍ତ କରିଥିଲା ବାରଙ୍ଗ ପୋଲିସ । ବାରଙ୍ଗ ପୋଲିସର ୪ ଜଣିଆ ଟିମ୍ ଗତକାଲି ରାତିରେ ପହଞ୍ଚି ଉଦଳାରେ ତଦନ୍ତ କରିଥିଲେ

ଚନ୍ଦ୍ରିକାଙ୍କ ବାପା ଏବଂ ମାଆଙ୍କ ସହ ମାମୁ, ମାଇଁ ଏବଂ ମାମୁ ଝିଅଙ୍କୁ ପଚରା ଉଚରା କରିଥିଲା ପୋଲିସ । ପୁଣି ଆଜି ତଦନ୍ତକାରୀ ଟିମ୍ ଚନ୍ଦ୍ରିକାଙ୍କ ଘରକୁ ଯାଇ ପଚରାଉଚରା କରିଛି । ଚନ୍ଦ୍ରିକାଙ୍କ ଭାଇଙ୍କ ସମେତ ତାଙ୍କ ମାଆ ଏବଂ ବାପାଙ୍କୁ ମଧ୍ୟ ପଚରା ଉଚରା କରିଛନ୍ତି। ଏପରିକି ସମସ୍ତଙ୍କ ବୟାନ ରେକର୍ଡ କରିଛି ବାରଙ୍ଗ ପୋଲିସ । ଚନ୍ଦ୍ରିକା ଏବଂ ତାଙ୍କ ଓଏଏସ ପ୍ରେମିକ ଭୀମସେନ ଟୁଡୁଙ୍କ ସମ୍ପର୍କରେ ତିକ୍ତତା ଭଳି ଅନେକ ଦିଗ ଉପରେ ପଚରା ଉଚରା କରିଛି ପୋଲିସ ।






