ଏ.କେ ବ୍ୟୁରୋ : ଥାନା ବାବୁଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ମହିଳା । ଥାନା ଅଧିକାରୀଙ୍କ ଦୁର୍ବ୍ୟବହାରରେ ଚେତାଶୂନ୍ୟ ହୋଇ ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ ପୀଡ଼ିତା ନାବାଳିକା । ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅଧିକାରୀ ସୁମିତ୍ ସୋରେନଙ୍କ ନାଁରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଲେ ପୀଡ଼ିତାଙ୍କ ମାଆ ।
ଥାନା ଅଧିକାରୀଙ୍କ ଦୁର୍ବ୍ୟବହାରରେ ଚେତାଶୂନ୍ୟ ହୋଇ ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ ପୀଡ଼ିତା ନାବାଳିକା । ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅଧିକାରୀ ସୁମିତ୍ ସୋରେନଙ୍କ ନାଁରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଲେ ପୀଡ଼ିତାଙ୍କ ମାଆ । ନାବାଳିକା ଛାତ୍ରୀଙ୍କୁ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ବାରମ୍ବାର ରାସ୍ତାଘାଟରେ ହଇରାଣ କରୁଥିବାର ଅଭିଯୋଗ ନେଇ ଥାନାକୁ ଯାଇଥିବାବେଳେ ଓଲଟି ନାବାଳିକାଙ୍କୁ ଜେଲ୍ ହେବାର ଧମକ ଦେଇଥିଲେ ଥାନା ଅଧିକାରୀ ।






