ଏ.କେ ବ୍ୟୁରୋ : ମମତା ମହାନ୍ତ-ସୁଜିତ କୁମାର-ଦେବାଶିଷ ସାମନ୍ତରାୟ ଜଣେ ପରେ ଜଣେ ସାଂସଦ ବିଜେଡ଼ିକୁ ମୁହଁମୋଡ଼ି ବିଜେପିରେ ସାମିଲ ହେଉଛନ୍ତି । ଆଗକୁ ବିଜେଡିର ସ୍ଥିତି ପୂରା ବେହାଲ ହୋଇପାରେ । କାରଣ ଆଗକୁ ଆଉ କିଛି ଓ୍ବିକେଟ୍ ପଡ଼ିପାରେ ବୋଲି ବିଜେପି ସାଂସଦ ଭବିଷ୍ୟବାଣୀ କଲେଣି । ଆଉ କିଛି ଦିନର ବ୍ୟବଧାନ ପରେ ବିଜେଡିକୁ ଲାଗିପାରେ ପୁଣି ଏକ ଶକ୍ତ ଝଟକା ।

କାରଣ ଦିଲ୍ଲୀରେ ସେଭଳିକି କିଛି ଗୋଟି ଚାଳନା କରୁଛନ୍ତି ବିଜେପିର କେନ୍ଦ୍ରୀୟ ନେତୃତ୍ବ । ଆଜି ଇସାରା ଦେଇଛନ୍ତି ବିଜେପି ସାଂସଦ । ଦେବାଶିଷଙ୍କ ପରେ ଆହୁରି ଦୁଇ ଜଣ ବିଜେଡ଼ି ରାଜ୍ୟସଭା ସାଂସଦ ବିଜେପି ସହ ଲିଙ୍କରେ ଅଛନ୍ତି । ଯାହାକୁ ନେଇ ବିଜେଡିରେ କମ୍ପନ ସୃଷ୍ଟି ହୋଇଛି । ମମତା ମହାନ୍ତ-ସୁଜିତ କୁମାର-ଦେବାଶିଷ ସାମନ୍ତରାୟ ଜଣେ ପରେ ଜଣେ ସାଂସଦ ବିଜେଡ଼ିକୁ ମୁହଁମୋଡ଼ି ବିଜେପିରେ ସାମିଲ ହେଉଛନ୍ତି । ଆଗକୁ ବିଜେଡିର ସ୍ଥିତି ପୂରା ବେହାଲ ହୋଇପାରେ । କାରଣ ଆଗକୁ ଆଉ କିଛି ଓ୍ବିକେଟ୍ ପଡ଼ିପାରେ ବୋଲି ବିଜେପି ସାଂସଦ ଭବିଷ୍ୟବାଣୀ କଲେଣି । ଦେବାଶିଷ ସାମନ୍ତରାୟଙ୍କ ପରେ ଆଉ ଦୁଇ ସାଂସଦ ଦଳ ଛାଡ଼ିପାରନ୍ତି । କାହାର ନାଁ ନନେଇ ସାଂସଦ କହିଛନ୍ତି, ଉପକୂଳ ଅଞ୍ଚଳର ଜଣେ ବିଜେଡି ସାଂସଦ ଯୋଗାଯୋଗରେ ଅଛନ୍ତି । ଉଭୟ ରାଜ୍ୟ ଓ ଦିଲ୍ଲୀ ନେତୃତ୍ବ ସହ କଥା ହୋଇସାରିଛନ୍ତି । ସପ୍ତାହେ ଭିତରେ ଏହି ସାଂସଦ ଦଳ ଛାଡ଼ିବେ ବୋଲି ଇସାରା ଦେଇଛନ୍ତି । ହେଲେ ପ୍ରଶ୍ନ ଉଠୁଛି କେଉଁ ସାଂସଦ ବିଜେପି ସହ ଯୋଗାଯୋଗରେ ଅଛନ୍ତି ? ବିଜେଡି ସଂସଦୀୟ ଦଳକୁ ଭାଙ୍ଗିବାକୁ ଉଦ୍ୟମ କରାଯାଉଛି କି? ନା ନବୀନ ବାବୁଙ୍କ କର୍ତ୍ତୃତ୍ବରେ ଆଉ ନାହିଁ ବିଜେଡି ସଂସଦୀୟ ଦଳ ? ବିଜେଡି ଛାଡିବାର ଦିନକ ପରେ ବିଜେପିରେ ସାମିଲ ହୋଇଛନ୍ତି ଦେବାଶିଷ ସାମନ୍ତରାୟ। ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ତୁଙ୍ଗ ନେତାଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ଦେବାଶିଷ। ପରେ ପରେ ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ,ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ଓଡ଼ିଶା ପ୍ରଭାରୀ ପ୍ରମୁଖଙ୍କ ଉପସ୍ଥିତିରେ ବିଜେପିକୁ ସ୍ବାଗତ କରାଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଚାରାଧାରାରେ ଅନୁପ୍ରାଣିତ ହୋଇ ଦଳରେ ସାମିଲ ହୋଇଥିବା କହିଛନ୍ତି ଦେବାଶିଷ ବିକଶିତ ଭାରତର ସ୍ୱପ୍ନର ପ୍ରଭାବିତ ହୋଇ ବିଜେପିରେ ମିଶିଛନ୍ତି। ଓଡ଼ିଶା ବିଜେପି ପାଇଁ ବହୁତ କାମ କରିବି ବୋଲି କହିଛନ୍ତି ଦେବାଶିଷ ବିଜେପିରେ ମିଶିବା ପରେ ମନମୋହନ ସାମଲ କହିଛନ୍ତି, ଦୀର୍ଘଦିନ ଧରି ତାଙ୍କର ରାଜନୈତିକ ଅଭିଜ୍ଞତା ରହିଛି। ଦଳ ଓ ସଙ୍ଗଠନ ମଜଭୁତ ହେବ ।ବିଜେପି ଏମିତି ଗୋଟି ଚାଳନା କଲେ ଦିଲ୍ଲୀରେ ଆପ୍ ଭଳି ସ୍ଥିତି ବିଜେଡିରେ ଉପୁଜିପାରେ ।






