ଏ.କେ ବ୍ୟୁରୋ : ବେଆଇନ ପଥର ଖଣି ଖନନ କରି ଚୋରା ଚାଲାଣ କରୁଥିବା ମାଫିଆ ମାନଙ୍କ ହେଉଛି ବର୍ବରତା । ଚାନ୍ଦପୁର ଥାନା ଅଧୀନ ବୋକାଖାଇ ଗାଁରେ ଘରେ ପଶି ସୁକାନ୍ତ ଭଟ୍ଟଙ୍କ ପରିବାରକୁ ଆକ୍ରମଣ କରିଛନ୍ତି ପଥର ଖଣି ମାଫିଆ ମାନେ । ରାଜ୍ୟରେ ଆଇନଶୃଙ୍ଖଳା କିଭଳି ବିପର୍ଯ୍ୟସ୍ତ ହୋଇପଡିଛି, ତାର ଏକ ନଗ୍ନ ଚିତ୍ର ସାମ୍ନାକୁ ଆସିଛି ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଞ୍ଚଳରୁ ।
ଦିନ ଦ୍ୱିପ୍ରହରରେ ଜଣେ ବ୍ୟକ୍ତିଙ୍କ ଘରେ ପଶି ମରଣାନ୍ତକ ଆକ୍ରମଣ କରିଛନ୍ତି ପଥର ମାଫିଆ । ବେଆଇନ ପଥର ଖଣି ଖନନ କରି ଚୋରା ଚାଲାଣ କରୁଥିବା ମାଫିଆ ମାନଙ୍କ ଏହା ହେଉଛି ବର୍ବରତା । ଚାନ୍ଦପୁର ଥାନା ଅଧୀନ ବୋକାଖାଇ ଗାଁରେ ଘରେ ପଶି ସୁକାନ୍ତ ଭଟ୍ଟଙ୍କ ପରିବାରକୁ ଆକ୍ରମଣ କରିଛନ୍ତି ପଥର ଖଣି ମାଫିଆ ମାନେ । ଗତ ୧୭ ତାରିଖଦିନ ସୁକାନ୍ତ ଭଟ୍ଟ ଓ ତାଙ୍କ ମାଆ ଘର ପଛପଟେ ବସିଥିବାବେଳେ ସେହି ରାସ୍ତାରେ ଏକ ମାଙ୍କଡ଼ା ପଥର ବୋଝେଇ ଟ୍ରକ ଯାଇଥିଲା । ସେହି ସ୍ଥାନରେ ଏକ ହମ୍ପସ ଥିବାରୁ ଗାଡିରୁ ଏକ ପଥର ଖସିପଡ଼ି ଭଟ୍ଟଙ୍କ ଉପରେ ପଡ଼ିଥାନ୍ତା । ଅଳ୍ପକେ ବର୍ତ୍ତିଯିବା ପରେ ପଥର ଗାଡ଼ିକୁ ସାବଧାନରେ ଯିବାକୁ ସୁକାନ୍ତ ଭଟ୍ଟ କହିଥିଲେ । ଏହାପରେ ସୁକାନ୍ତଙ୍କ ପରିବାରକୁ ଆକ୍ରମଣ କରିଥିଲେ ପଥର ମାଫିଆ ମାନେ । ଭୁବନେଶ୍ଵରରେ ରହୁଥିବା ପରିବାର ଲୋକେ ଖବର ପାଇ ପିସିଆରକୁ କଲ୍ କରି ଜଣାଇବା ପରେ ଚାନ୍ଦପୁର ପୁଲିସ୍ ପହଞ୍ଚି ସୁକାନ୍ତ ଭଟ୍ଟଙ୍କୁ ଉଦ୍ଧାର କରିଥିଲା । ବୃଦ୍ଧା ମା’ ଗତ ୧୯ ତାରିଖ ଦିନ ଏକ ଲିଖିତ ଅଭିଯୋଗ ଚାନ୍ଦପୁର ଥାନାରେ କରିଥିଲେ । ଆଜିକୁ ୭ଦିନ ବିତିଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଆକ୍ରମଣକାରୀ ମାନେ ଖୁଲମଖୁଲା ଗାଁରେ ବୁଲୁଛନ୍ତି ।






