ଏ.କେ ବ୍ୟୁରୋ : ଖାଇବାରେ ପିଆଜ ଖାଦ୍ୟର ସ୍ବାଦ ଦି ଗୁଣା କରିଥାଏ । ଖରା ଦିନେ ତ ପିଆଜ ଖାଇବା ଅଧିକ ହୁଏ । କାରଣ ପିଆଜ ଖାଇବା ଦ୍ବାରା ଶରୀର ଥଣ୍ଡା ରୁହେ ।
କିନ୍ତୁ ପିଆଜ କାଟିବା ପରେ ହେଉ ବା ଖାଇବା ପରେ ହେଉ ହାତ ଓ ପାଟି ଅଧିକ ଗନ୍ଧ ହୁଏ ।
ପିଆଜ ଖାଇବା ପରେ ଏଥିରେ ଥିବା ସଲ୍ଫର କମ୍ପାଉଣ୍ଡ ଶ୍ବାସନଳୀରେ ପ୍ରବେଶ କରିବାରୁ ପିଆଜର ଦୁର୍ଗନ୍ଧ ଅଧିକ ସମୟ ଯାଏଁ ପାଟିରେ ରୁହେ । ପିଆଜ କାଟିବା ସମୟରେ ବି ସଲଫର୍ ଉପାଦାନ ହାତର ସ୍କିନରେ ମିଶିଯାଏ । ତେଣୁ ସାବୁନରେ ଧୋଇବା ପରେ ବି ହାତରେ ପିଆଜ ଗନ୍ଧ ରୁହେ ।କିନ୍ତୁ ଏହାକୁ କିଛି ଘରୋଇ ଉପାୟରେ ଦୂରେଇ ଦିଆଯାଇପାରେ ।
ହେଲ୍ଥଲାଇନ୍ ମୁତାବକ, ପିଆଜ ଖାଇବା ପରେ ଯଦି ଗୋଟିଏ ସେଓ ଖାଆନ୍ତି ତାହାଲେ ପାଟିରୁ ପିଆଜ ଗନ୍ଧ ସହଜରେ ଦୂରେଇଯାଏ । କାରଣ ସେଓରେ ଥିବା ପ୍ରାକୃତିକ ଏନଜାଇମ୍ ପିଆଜର ସଲଫର୍ କମ୍ପାଉଣ୍ଡକୁ ଦୂରେଇବାରେ କାମ କରେ ଯଦି ପିଆଜ ଖାଇବାର କିଛି ସମୟ ପରେ ସେଓ ଖାଆନ୍ତି କାଟିରୁ ପିଆଜ ଦୁର୍ଗନ୍ଧ ଦୂରେଇଯିବ ।
କେୟାର ଫ୍ରିଡେଣ୍ଟାଲ୍ସ ମୁତାବକ, ହାତରୁ ବି ପିଆଜ ଗନ୍ଧ ଦୂର କରିବାକୁ ଲେମ୍ବୁ ରସ ସବୁଠୁ ଭଲ । କାରଣ ଲେମ୍ବୁରେ ଥିବା ସାଇଟ୍ରିକ୍ ଏସିଡ୍ କେବଳ ବ୍ୟାକ୍ଟେରିଆ ଦୂର କରେ ତାହା ନୁହେଁ ବରଂ ପିଆଜର ଗନ୍ଧକୁ ବି ଦୂର କରେ । ଏହାସହ ଲେମ୍ବୁ ରସକୁ ପାଣିରେ ମିଶାଇ କୁଳି କଲେ ପାଟିରୁ ବି ପିଆଜ ଗନ୍ଧ ଦୂର ହୁଏ ।

ଗ୍ରିନ୍- ଟି ବି ଏ କ୍ଷେତ୍ରରେ ଉପଯୋଗୀ । ଏଥିରେ ଥିବା ପଲିଫେନୋଲ୍ସ ନାମକ ଆଣ୍ଟିଅକ୍ସିଡେଣ୍ଟସ୍ ଥାଏ । ଏହି କମ୍ପାଉଣ୍ଡ ପିଆଜର ଗନ୍ଧକୁ ଦୂର କରେ । ତେଣୁ ପିଆଜ ଖାଇବା ପରେ ଗୋଟେ କପ୍ ଗ୍ରୀନ୍ ଟି ପିଇଲେ ପାଟି ରିଫ୍ରେସ୍ ହୋଇଯାଏ ।
ଆଉ ଏକ ମଜାଦାର କଥା ଜାଣନ୍ତି ପିଆଜ କାଟିବା ପରେ ହାତକୁ ଷ୍ଟେନଲେସ୍ ଷ୍ଟିଲ୍ ବାସନରେ ଘଷିଲେ ହାତରୁ ପିଆଜ ଗନ୍ଧ ଦୂରେଇଯାଏ । କାରଣ, ଷ୍ଟିଲରେ ଥିବା ମଲିକ୍ୟୁଲ୍ସ ପିଆଜର ସଲଫର୍ କମ୍ପାଉଣ୍ଡ ସହ ମିଶି ଏହାକୁ ଚର୍ମରୁ ଦୂରେଇଦିଏ । ଏହାସହ ହାତରେ ଟିକେ ଲୁଡ ନେଇ ଘଷିଷଳ ବି ପିଆଜ ଗନ୍ଧ ଦୂରେଇଯାଏ ।
ଏସବୁ ସହ ଆପଲ ସାଇଡର କିମ୍ବା ବେକିଙ୍ଗ ସୋଡ଼ାକୁ ପାଣିରେ ମିଶାଇ କୁଳକୁଚା କଲେ ପାଟିରୁ ପିଆଜ ଦୁର୍ଗନ୍ଧ ଦୂର ହୋଇଯାଏ । ଏହା ପାଟିର PH ଲେବଲକୁ ବି ବାଲାନ୍ସ କରିଥାଏ । ବେକିଙ୍ଗ ସୋଡ଼ା ପାଟିର ଓରାଲ ହାଇଜିନ୍ ବଜାୟ ରଖୁଥିବାବେଳେ ଦୁର୍ଗନ୍ଧକୁ ଦୂରେଇଥାଏ ।
ବ୍ୟୁରୋ ରିପୋର୍ଟ ଆପଣଙ୍କ ଖବର






