ଏ.କେ ବ୍ୟୁରୋ : ଅଣଛାତ୍ରଙ୍କ ପ୍ରବେଶକୁ ନେଇ ବାଣୀବିହାର ଅଶାନ୍ତ। ଛାତ୍ର ଓ ଅଣଛାତ୍ରଙ୍କ ଭିତରେ ମାର ପିଟ୍। ଗତକାଲି ରାତିରେ କିଛି ଅଣଛାତ୍ରଙ୍କ ଆକ୍ରମଣରେ ୪ ଜଣ ଛାତ୍ର ଆହତ ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ବିଳମ୍ବିତ ରାତିରେ ବାଣୀବିହାର ଉତ୍ତେଜନା ଦେଖାଦେଇଛି।

ମିଳିଥିବା ସୂଚନା ମୁତାବକ, ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଥିବା ନୂଆ ପାର୍କ ନିକଟରେ ୮ରୁ ଅଧିକ ଅଣଛାତ୍ର ବସି ମଦ ପିଇବା ସହ ପାଟି ତୁଣ୍ଡ କରିଥିଲେ। ସେହି ବାଟେ ଯାଉଥିବା କିଛି ଛାତ୍ରଙ୍କୁ ଅଣଛାତ୍ରମାନେ ଅଟକାଇ ଗାଳି ଗୁଲଜ କରିଥିଲେ। ପରେ ଉଭୟ ଗୋଷ୍ଠୀ ମଧ୍ୟରେ କଥା କଟାକଟି ଓ ପରେ ଗଣ୍ଡଗୋଳ ହୋଇଥିଲା I ଉତ୍ତେଜନା ବଢ଼ିବା ପରେ ଘଟଣାସ୍ଥଳରେ ସହିଦନଗର ଥାନା ପୋଲିସ ପହଞ୍ଚିବା ସହ ଫୋର୍ସ ମୁତୟନ ହୋଇଛି।






