ଏ.କେ ବ୍ୟୁରୋ : ପୁଣି ସାରା ରାତି ଅନିଦ୍ରା ମହାପ୍ରଭୁ । ହେଲାନାହିଁ ପହୁଡ଼ ନୀତି ।ଶ୍ରୀମନ୍ଦିରରେ ଭିତର ଚନ୍ଦନ ଯାତ୍ରା ଚାଲିଥିବା ବେଳେ ୨ ସପ୍ତାହ ମଧ୍ୟରେ ୩ ରାତି ଅନିଦ୍ରା ହେଲେଣି ମହାପ୍ରଭୁ ।ହେଲାନାହିଁ ପହୁଡ଼ ନୀତି ।
ଶ୍ରୀମନ୍ଦିରରେ ଭିତର ଚନ୍ଦନ ଯାତ୍ରା ଚାଲିଥିବା ବେଳେ ୨ ସପ୍ତାହ ମଧ୍ୟରେ ୩ ରାତି ଅନିଦ୍ରା ହେଲେଣି ମହାପ୍ରଭୁ । ଗତ ସାବିତ୍ରୀ ଅମାବାସ୍ୟା ଅର୍ଥାତ୍ ୧୬ ମେ ରେ ସାରା ରାତି ଅନିଦ୍ରା ହୋଇଥିଲେ ମହାପ୍ରଭୁ । ତା ପର ବୁଧବାର ବନକଲାଗି ନୀତି ଦିନ ମଧ୍ୟ ରାତି ଅନିଦ୍ରା ହୋଇଥିଲେ ମହାପ୍ରଭୁ।ପୁଣି ଗତକାଲି ରାତିରେ ମଧ୍ୟ ପହୁଡ଼ ନୀତି ହୋଇ ନଥିବା ବେଳେ ସାରା ରାତି ଅନିଦ୍ରା ହୋଇଛନ୍ତି ମହାପ୍ରଭୁ ।ଗତକାଲି ମଳ ମାସ ଏକାଦଶୀରେ ମହାପ୍ରଭୁଙ୍କ ଜଳକ୍ରୀଡା ନୀତି ରହିଥିଲା । ଅନ୍ୟାନ୍ୟ ନୀତି ସାରି ବଡ଼ ସିଂହାର ବେଶ ହେବା ବେଳକୁ ଭୋର୍ ୪ ଟା ୫୫ ହୋଇଥିଲା । ତେବେ ଭିତର ଚନ୍ଦନ ଯାତ୍ରା ସମୟରେ ପ୍ରାୟ ପ୍ରତ୍ୟେକ ଦିନ ବିଳମ୍ବରେ ଅର୍ଥାତ୍ ଭୋର୍ ୩ ଟା ୪ ଟା ପାଖାପାଖି ପହୁଡ଼ ନୀତି ହେଉଛି । ଏହାମଧ୍ୟରେ ୩ ରାତି ଠାକୁରଙ୍କ ପହୁଡ଼ ନୀତି ହୋଇନାହିଁ। ଯାହାକୁ ନେଇ ଅସନ୍ତୋଷ ରହିଛି ।






