ଏ.କେ ବ୍ୟୁରୋ : ବୁଡ଼ିଯାଉଥିବା ବେଳେ ପର୍ଯ୍ୟଟକ ଉଦ୍ଧାର । ପୁରୀ ସମୁଦ୍ରରେ ବୁଡ଼ିଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫଗାର୍ଡ । କ୍ୟାମେରାରେ କଏଦ ହେଲା LIVE RESCUE VISUAL । ଉଦ୍ଧାର ପର୍ଯ୍ୟଟକ ହେଉଛନ୍ତି ପଶ୍ଚିମବଙ୍ଗ ଚବିଶପ୍ରଗଣାର ୫୧ ବର୍ଷୀୟ ସୁଜିତ୍ ସେନ । ସୁଜିତ୍ ସେକ୍ଟର-୯ ନମ୍ବର ବେଳାଭୂମି ଅର୍ଥାତ ଚୈତନ୍ୟ ଛକ ସମ୍ମୁଖ ବେଳାଭୂମିରେ ଗାଧୋଉଥିବା ବେଳେ ବୁଡିଯାଇଥିଲେ । ଅନ୍ୟ ପର୍ଯ୍ୟଟକମାନେ ଏହା ଦେଖି ଲାଇଫଗାର୍ଡଙ୍କୁ ଖବର ଦେବାପରେ ସରକାରୀ ଲାଇଫଗାର୍ଡମାନେ ସମୁଦ୍ର ମଧ୍ୟକୁ ଯାଇ ଉଦ୍ଧାର କରିଛନ୍ତି ।
ଦେବଦୂତ ସାଜି ଗଭୀର ସମୁଦ୍ର ଭିତରକୁ ଲମ୍ଫ ମାରି ଜଣେ ପର୍ଯ୍ୟଟକଙ୍କ ଜୀବନ ବଞ୍ଚାଇଛନ୍ତି । ଉଦ୍ଧାର ପର୍ଯ୍ୟଟକ ହେଉଛନ୍ତି ପଶ୍ଚିମବଙ୍ଗ ଚବିଶପ୍ରଗଣାର ୫୧ ବର୍ଷୀୟ ସୁଜିତ୍ ସେନ । ସୁଜିତ୍ ସେକ୍ଟର ୯ ନମ୍ବର ବେଳାଭୂମି ଅର୍ଥାତ ଚୈତନ୍ୟ ଛକ ସମ୍ମୁଖ ବେଳାଭୂମିରେ ସ୍ନାନ କରିବା ସମୟରେ ରିପ୍ କରେଣ୍ଟ ସହ ବଡ ଲହଡି ମାଡରେ ଗଭୀର ସମୁଦ୍ର ଭିତରକୁ ଚାଲିଯାଇଥିଲେ । ଅନ୍ୟ ପର୍ଯ୍ୟଟକ ମାନେ ଏହା ଦେଖି ଲାଇଫଗାର୍ଡଙ୍କୁ ଖବର ଦେବାପରେ ସରକାରୀ ଲାଇଫଗାର୍ଡ ମାନେ ଗଭୀର ସମୁଦ୍ରକୁ ଯାଇ ଉକ୍ତ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି । ତେବେ ପୁରୀ ବେଳାଭୂମିରେ ଏଭଳି ଉଚ୍ଚ ଲହଡି ମାଡ ଓ ରିପ୍ କରେଣ୍ଟ ଯୋଗୁଁ ପର୍ଯ୍ୟଟକ ମାନେ ପ୍ରତ୍ୟକଦିନ ଗଭୀର ସମୁଦ୍ର ଭିତରକୁ ଚାଲିଯାଉଥିବାରୁ ଲାଇଫଗାର୍ଡଙ୍କ କଥା ମାନି ସୁରକ୍ଷିତ ସ୍ନାନ କରିବ ଉଚିତ ବୋଲି ମତ ପ୍ରକାଶ ପାଇଛି । ସେପଟେ ଉଦ୍ଧାର ପର୍ଯ୍ୟଟକଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯିବା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି ।






