ଏ.କେ ବ୍ୟୁରୋ ::ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ । ଏକକାଳୀନ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ । ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗଣଶିକ୍ଷା ସଚିବ ଏନ ଥିରୁମାଳା ନାଏକ, ସିଏଚଏସଇ ଅଧ୍ୟକ୍ଷ ମୃଣାଳି କାନ୍ତି ଦାସ, ପରୀକ୍ଷା ନିୟନ୍ତ୍ରକ ଉପସ୍ଥିତ ଥିଲେ । ରେଜଲ୍ଟକୁ ନେଇ ରାଜ୍ୟର ୪ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିପୁଳ ଉତ୍ସାହ ଏବଂ ଉତ୍କଣ୍ଠା ଦେଖିବାକୁ ମିଳିଛି । ଦିନ ୧୨ଟା ୩୦ରେ ରେଜଲ୍ଟ ଘୋଷଣା କରିଛି ସିଏଚ୍ଏସଇ ।
ଚଳିତ ବର୍ଷ ବିଜ୍ଞା, ବାଣିଜ୍ୟ, କଳା ଏବଂ ଧନ୍ଦାମୂଳକ ଶିକ୍ଷାର ଫଳାଫଳ ଏକ ସଙ୍ଗେ ପ୍ରକାଶ କରାଯାଇଛି । ଛାତ୍ରଛାତ୍ରୀମାନେ ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ନିଜର ରୋଲ୍ ନମ୍ବର ଏବଂ ରେଜିଷ୍ଟ୍ରେସନ ନମ୍ବର ଦେଇ ପ୍ରୋଭିଜନାଲ୍ ମାର୍କସିଟ୍ ଡାଉନଲୋଡ୍ କରିପାରିବେ । orissaresults.nic.in, chseodisha.nic.in, results.odisha.gov.in ଜରିଆରେ ଫଳାଫଳ ଦେଖିପାରିବେ ଛାତ୍ରଛାତ୍ରୀ । ଏହା ବ୍ୟତୀତ ଛାତ୍ରଛାତ୍ରୀମାନେ ନିଜର ରେଜଲ୍ଟ DigiLocker ଆପ୍ ଏବଂ ଅପରାହ୍ନ ୩ଟା ପରେ SAMS College e-space ମାଧ୍ୟମରେ ମଧ୍ୟ ଯାଞ୍ଚ କରିପାରିବେ। ଚଳିତ ବର୍ଷ ପ୍ରାୟ ୪ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ +୨ ପରୀକ୍ଷା ଦେଇଛନ୍ତି ।
ପ୍ରକାଶ ପାଇଲା +୨ ଫଳାଫଳ
- ପ୍ରକାଶ ପାଇଲା ବିଜ୍ଞା, ବାଣିଜ୍ୟ, କଳା ଏବଂ ଧନ୍ଦାମୂଳକ ଶିକ୍ଷାର ଫଳାଫଳ
- ରୋଲ୍ ନମ୍ବରଏବଂ ରେଜିଷ୍ଟ୍ରେସନ ନମ୍ବର ଦେଇ ପ୍ରୋଭିଜନାଲ୍ ମାର୍କସିଟ୍ ଡାଉନଲୋଡ୍ କରିପାରିବେ
- orissaresults.nic.in, chseodisha.nic.in, results.odisha.gov.in ରେ ଦେଖିପାରିବେ ଛାତ୍ରଛାତ୍ରୀ
- DigiLocker ଆପ୍ ଏବଂ SAMS College e-space ମାଧ୍ୟମରେ ମଧ୍ୟ ଯାଞ୍ଚ କରିପାରିବେ






