ଏ.କେ ବ୍ୟୁରୋ : ବିଗତ କିଛି ଦିନ ମଧ୍ୟରେ ଏହି ସବୁ ଅଂଚଳରୁ ଆସିଥିବା ହତ୍ୟାକାଣ୍ଡ ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ରାଜ୍ୟରେ ଭୁଷୁଡ଼ି ପଡ଼ିଥିବା ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନା ରହୁଛି ପୋଲିସର ଡର ନା ଅଛି ଆଇନ ବ୍ୟବସ୍ଥାର ଭୟ, ବେଧଡ଼କ ଭାବେ ସମସ୍ତଙ୍କ ସାମ୍ନାରେ ହତ୍ୟାକାଣ୍ଡ ଘଟାଇବାରେ ପଚଘୁଞ୍ଚା ଦେଉନାହାନ୍ତି ଅପରାଧୀ । ରାଜ୍ୟରେ ବଢ଼ି ଚାଲିଛି ଅପରାଧ । ଗୋଟିଏ ପରେ ଗୋଟିଏ ଘଟୁଛି ଜଘନ୍ୟ କାଣ୍ଡ ।
ହତ୍ୟା, ଅପହରଣ, ଦୁଷ୍କର୍ମ ପରି ସାଂଘାତିକ କାଣ୍ଡ ବିଭିନ୍ନ ସମୟରେ ହଇଚଇ ଖେଳାଇ ଦେଉଛି । ବ୍ରହ୍ମପୁରର ସୁଧୀର ସାହୁ ଅପହରଣ ପରେ ହତ୍ୟା ମାମଲା ହେଉ କି ବାଲିଅନ୍ତା ସୌମ୍ୟ ଭିଡ଼ ହତ୍ୟା ହେଉ, ସାଧାରଣ ଲୋକଙ୍କ ଭିତରେ ଆତଙ୍କ ଖେଳାଇ ଦେଉଛି । ହେଲେ କାହିଁକି ବଢ଼ିଚାଲିଛି ଏପରି ଅପରାଧିକ ମାନସିକତା ? ବିଗତ କିଛି ଦିନ ମଧ୍ୟରେ ଏହି ସବୁ ଅଂଚଳରୁ ଆସିଥିବା ହତ୍ୟାକାଣ୍ଡ ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ରାଜ୍ୟରେ ଭୁଷୁଡ଼ି ପଡ଼ିଥିବା ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନା ରହୁଛି ପୋଲିସର ଡର ନା ଅଛି ଆଇନ ବ୍ୟବସ୍ଥାର ଭୟ, ବେଧଡ଼କ ଭାବେ ସମସ୍ତଙ୍କ ସାମ୍ନାରେ ହତ୍ୟାକାଣ୍ଡ ଘଟାଇବାରେ ପଚଘୁଞ୍ଚା ଦେଉନାହାନ୍ତି ଅପରାଧୀ । ବିଶେଷ କରି ଏଇ କିଛି ମାସ ମଧ୍ୟରେ ବିଭିନ୍ନ ଲୋକଙ୍କୁ ପିଟି ପିଟି ମାରିଦେବା ଏକ ଟ୍ରେଣ୍ଡରେ ପରିଣତ ହେଲାଣି । ବାଲିଅନ୍ତାରେ ଜଣେ ପୋଲିସ ଅଧିକାରୀଙ୍କୁ ସର୍ବ ସମ୍ମୁଖରେ ପିଟି ପିଟି ମାରିଦେଲେ । କେନ୍ଦ୍ରାପଡ଼ାରେ ଜଣେ ଡାକ୍ତରଙ୍କୁ ପିଟିପିଟି ହତ୍ୟା କଲେ । ନୟାଗଡ଼ ଓଡଗାଁ ରେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ନିଆଁ ଲଗେଇ ଜାଳିଦେଲେ ଦୁର୍ବୁତ୍ତ । କେବଳ ଏତିକି ନୁହେଁ, ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ପ୍ରତିଦିନ ଏଭଳି ହତ୍ୟା ଖବର ସାମ୍ନାକୁ ଆସିବା ସହ ରାଜ୍ୟର ବିକଳ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ପଦାରେ ପକାଉଛି । ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଉଛି ପ୍ରତିବର୍ଷ ରାଜ୍ୟରେ ହତ୍ୟାକାଣ୍ଡ ମାମଲା କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି । ଅନେକ ମାମଲାରେ ଅପରାଧୀଙ୍କୁ ଧରିବାରେ ଓଡ଼ିଶା ପୋଲିସ ସକ୍ଷମ ହେଉଛି ସତ, ହେଲେ ହତ୍ୟାକାଣ୍ଡ ମାମଲା କମାଇବା ବା ରୋକ ଲଗାଇବାକୁ ସକ୍ଷମ ହେଇପାରୁନି । ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଶ୍ୱେତପତ୍ରର ତଥ୍ୟ । ୨୦୨୪ ମସିହାରେ ରାଜ୍ୟରେ ଘଟିଥିଲା ୧୨୫୮ଟି ହତ୍ୟାକାଣ୍ଡ, ୨୦୨୫ ମସିହାରେ ରାଜ୍ୟରେ ଘଟିଛି ୧୩୦୪ ହତ୍ୟାକାଣ୍ଡ, ୨୦୨୪ ତୁଳନାରେ ୨୦୨୫ରେ ରାଜ୍ୟରେ ହତ୍ୟାକାଣ୍ଡ ସଂଖ୍ୟା ବଢ଼ିଛି । ୨୦୨୬ ବର୍ଷ ଆରମ୍ଭରୁ ଏଯାବତ ଯେଉଁଭଳି ଭାବରେ ରାଜ୍ୟରେ ହତ୍ୟାକାଣ୍ଡ ଘଟୁଛି । ଯଦି ସେହିଭଳି ସ୍ଥିତି ଜରି ରହେ, ତେବେ ୨୦୨୪ ଓ ୨୦୨୫ ମସିହା ତୁଳନାରେ ଚଳିତବର୍ଷ ଏହି ସଂଖ୍ୟା ଅତିକ୍ରମ କରିବାରେ କିଛି ଅସ୍ୱାଭାବିକତା ନାହିଁ । ରାଜ୍ୟରେ ଭୁଷୁଡ଼ି ଯାଇଥିବା ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ସୁଧାରିବାକୁ ହେଲେ ପୁଲିସର ଅଭିମୁଖ୍ୟରେ ପରିବର୍ତ୍ତନର ଆବଶ୍ୟକତା ରହିଛି । ଏହାସହ ଗୃହ ବିଭାଗରେ ଖାଲି ଥିବା ସମସ୍ତ ପୁଲିସ ପଦବୀପୂରଣ କରାଯିବା ଜରୁରୀ ହୋଇପଡ଼ିଛି । ସେହିପରି ପ୍ରତ୍ୟେକ ଥାନାରେ ଯେତିକି ପୁଲିସ ଅଧିକାରୀ ଆବଶ୍ୟକ, ସେତିକି ଅଧିକାରୀଙ୍କୁ ନିୟୋଜିତ କରାନଗଲେ ସ୍ଥିତି ଆଗକୁ ଆହୁରି ସଙ୍ଗୀନ ହେବ ।






