ବାଲେଶ୍ୱରର ଫକୀର ମୋହନ ଅଟୋନୋମସ କଲେଜ ସମ୍ମୁଖରେ ନୂତନ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବା ଏବିଭିପି ପକ୍ଷରୁ ଖୋଲାଯାଇଛି ଏକ ସ୍ୱତନ୍ତ୍ର ‘ହେଲ୍ପ ଡେସ୍କ’। ନାମଲେଖା ଠାରୁ ଆରମ୍ଭ କରି କଲେଜ ସମ୍ପର୍କିତ ବିଭିନ୍ନ ସୂଚନା ଯୋଗାଇ ଦେବା ପାଇଁ ଏହି ସହାୟତା କେନ୍ଦ୍ର କାର୍ଯ୍ୟ କରୁଛି।
ନୂତନ ଶିକ୍ଷାବର୍ଷକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖାଯାଉଥିବା ବେଳେ, ସେମାନଙ୍କ ସୁବିଧା ପାଇଁ ଆଗେଇ ଆସିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ। ବାଲେଶ୍ୱରର ଫକୀର ମୋହନ ଅଟୋନୋମସ କଲେଜ ସମ୍ମୁଖରେ ଏବିଭିପି ପକ୍ଷରୁ ଏକ ‘ହେଲ୍ପ ଡେସ୍କ’ ଖୋଲାଯାଇଛି।
ଏହି ସହାୟତା କେନ୍ଦ୍ର ମାଧ୍ୟମରେ କଲେଜରେ ନୂତନ ଭାବେ ନାମଲେଖା କରୁଥିବା ଛାତ୍ରଛାତ୍ରୀମାନଙ୍କୁ ଆବଶ୍ୟକୀୟ ସୂଚନା ପ୍ରଦାନ କରାଯାଉଛି। ନାମଲେଖା ପ୍ରକ୍ରିୟା, ବିଭାଗ ସମ୍ପର୍କିତ ତଥ୍ୟ, ଡକ୍ୟୁମେଣ୍ଟ ଯାଞ୍ଚ ଓ କଲେଜର ବିଭିନ୍ନ ସୁବିଧା ବିଷୟରେ ଏଠାରେ ସହାୟତା ମିଳୁଛି।
ଏବିଭିପି କର୍ମୀମାନେ ଛାତ୍ରଛାତ୍ରୀଙ୍କ ବିଭିନ୍ନ ସମସ୍ୟା ଶୁଣିବା ସହ ସେଗୁଡ଼ିକର ସମାଧାନ ଦିଗରେ ସହଯୋଗ କରୁଛନ୍ତି। ବିଶେଷକରି ଗ୍ରାମାଞ୍ଚଳରୁ ଆସୁଥିବା ଛାତ୍ରଛାତ୍ରୀମାନେ ଏହି ସହାୟତା କେନ୍ଦ୍ର ଦ୍ୱାରା ଉପକୃତ ହେଉଥିବା କହିଛନ୍ତି।






