ଏ.କେ ବ୍ୟୁରୋ : ବାଂଲାଦେଶ କ୍ରିକେଟ ଟିମ ୨୧ ବର୍ଷ ପରେ ଏକଦିବସୀୟ ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇ ରଚିଲେ ଇତିହାସ । ଏହି ବିଜୟର ହିରୋ ହେଉଛନ୍ତି ୪ ବର୍ଷ ପରେ ଏକଦିନିକିଆ ଖେଳୁଥିବା ମୋସାଦ୍ଦେକ ହୋସେନ ଏବଂ ଦ୍ରୁତ ବୋଲର ନାହିଦ ରାଣା । ବାଂଲାଦେଶ କ୍ରିକେଟ ଦଳ ଢାକାରେ ଦ୍ରଥମ ଏକଦିବସୀୟ ମ୍ୟାଚରେ ଅଷ୍ଟ୍ରେଲିଆକୁ ୮୬ ରନରେ ପରାସ୍ତ କରିଛି ।
ଏହି ମ୍ୟାଚରେ ବର୍ଷା ହେବାରୁ ଖେଳ ପ୍ରଭାବିତ ହୋଇଥିଲା । DLS ର ନିୟମ ଅନୁଯାୟୀ ଫଳାଫଳ ନିଷ୍ପତ୍ତି ହୋଇଥିଲା । ବାଂଲାଦେଶ ପୂର୍ବରୁ ୨୦୦୫ ମସିହାରେ ପ୍ରଥମ ଓ ଶେଷ ଥର ପରାସ୍ତ କରିଥିଲା ଅଷ୍ଟ୍ରେଲିଆକୁ । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୮ ୱିକେଟରେ ୨୮୪ ରନ ସଂଗ୍ରହ କରିଥିଲା । ତିନିଜଣ ବାଂଲାଦେଶ ବ୍ୟାଟସମ୍ୟାନ ଅର୍ଦ୍ଧଶତକ କରିଥିଲେ । ଏଥରେ ୪ ବର୍ଷପରେ ଖେଳି ମୋସାଦ୍ଦେକ ହୋସେନ ୮୬ ରନ କରି ଅପରାଜିତ ଥିଲେ । ଟପ୍ ଅଡର୍ରରେ ଥାନଜିଦ ହାସନ (୫୪) ଏବଂ ନାଜମୂଲ ହୋସେନ ଶାଣ୍ଟୋ(୬୭) ମୂଲ୍ୟବାନ ରନ କରିଥିଲେ । ସେପଟେ ନାଥନ ଏଲିସ ଅଷ୍ଟ୍ରେଲିଆର ସବୁଠାରୁ ସଫଳ ବଲର ଥିଲେ । ସେ ମୋଟ ୩ଟି ୱିକେଟ ନେବାର ସଫଳ .ହାଇଥିଲେ । ସେହିଭଳି ଲିଆମ ସ୍କଟ୍ ଏବଂ ମ୍ୟାଟ୍ ରେନଶ ଦୁଇଟି ଲେଖାଏଁ ୱିକେଟ ନେଇଥିଲେ ।
ଅଷ୍ଟ୍ରେଲିଆର ବ୍ୟାଟିଂ ସେମାନଙ୍କ ପିଛା କରିବାରେ ବିଫଳ ହୋଇଥିଲା । ସେମାନେ ଖରାପ ଆରମ୍ଭ କରିଥିଲେ । ପ୍ରଥମ ୱିକେଟ ଶୂନ୍ୟ ରନରେ ପଡିଥିଲା । ଦ୍ବିତୀୟ ୱିକେଟ ବେଳକୁ ଦଳୀୟ ସ୍କୋର କେବଳ ଦୁଇ ରନ ହୋଇଥିଲା । ବାଂଲାଦେଶ ପକ୍ଷରୁ ନାହିଦ ରାଣା ଚତ୍ମକାର ବୋଲିଂ କରି ୪ଟି ୱିକେଟ ନେଇଥିଲେ । ଏହା ସହିତ ମୋସାଦ୍ଦେକ ହୋସେନ ମଧ୍ୟ ଦୁଇଟି ଓ୍ବିକେଟ ନେଇଥିଲେ । ଅଷ୍ଟ୍ରେଲି୍ଆ ପାଇଁ କ୍ୟାମେରନ ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ସେମାନଙ୍କୁ ବିଜୟୀ କରିପାରି ନଥିଲେ । ୪୨.୨ ଓଭରରେ ଅଷ୍ଟ୍ରେଲି୍ଆ ୯ ୱିକେଟରେ ୧୯୧ ରନ୍ କରିଥିଲା ଏବଂ ବାଂଲାଦେଶ ୮୬ ରନ୍ ରେ ମ୍ୟାଚ୍ ଜିତିଥିଲା । ଏହି ବିଜୟର ନାୟକ ଥିଲେ ମୋସଦ୍ଦେକ ହୋସେନ ଏବଂ ଦ୍ରୁତ ବୋଲର ନାହିଦ ରାଣା । ପ୍ଲେୟାର ଅଫ୍ ଦି ମ୍ୟାଚ ପାଇଁ ମୋସାଦ୍ଦେକ ହାସେନଙ୍କୁ ବିବେଚିତ କରାଯାଇଥିଲା । ବାଂଲାଦେଶ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜରେ ୧-୦ରେ ଆଗୁଆ ରହିଛି । ଜୁନ ୧୧ରେ ସିରିଜର ପରବର୍ତ୍ତୀ ମ୍ୟାଚ ଖେଳାଯିବ ।






