ଏ.କେ ବ୍ୟୁରୋ : ବାରଙ୍ଗ ଥାନା ସମ୍ମୁଖରେ ପୋଲିସ ଛାଉଣି । ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଥାନା ନିକଟରେ ଥିବା ଦୋକାନ ସବୁକୁ ବନ୍ଦ କରିଦେଇଛି ପୋଲିସ । ପୁଣି ଗ୍ରାମବାସୀଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ବ୍ୟାପକ ଫୋର୍ସ ମୁତୟନ ହୋଇଛନ୍ତି ।
ଗତକାଲି ରାତିରେ ପୋଲିସ ଗ୍ରାମବାସୀଙ୍କୁ ଘଉଡାଇବାରେ ସକ୍ଷମ ହୋଇଥିବା ବେଳେ ଗ୍ରାମବାସୀଙ୍କ ମନରୁ ପୋଲିସ ପ୍ରତି ଆକ୍ରୋଶ କମିବାରେ ନାଁ ଧରୁନି । ଯେଉଁଥିପାଇଁ ଗତକାଲି ଅପରାହ୍ନରେ ୨ ଟା ସମୟରୁ ରାତି ୯ଟା ପର୍ଯ୍ୟନ୍ତ କଟକ ଭୁବନେଶ୍ୱର ମୁଖ୍ୟରାସ୍ତା ଅବବୋଧ କରିଥିଲେ ।
ଆଜି ସକାଳୁ ସକାଳୁ ପୋଲିସ ସଜାଗ ରହିଛି । ଭିଡ଼ ନିୟନ୍ତ୍ରଣ, ରାସ୍ତାରୋକ ଏବଂ କୌଣସି ଆଇନଶୃଙ୍ଖଳା ପରିସ୍ଥିତି ନ ଉପୁଜେ ସେଥିପାଇଁ ପୋଲିସ ସଜାଗ ରହିଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ବାରଙ୍ଗ ଥାନା ପୋଲିସା ଥାର୍ଡ ଡିଗ୍ରୀ ଅଭିଯୋଗ ଘଟଣାରେ ଆହତ ରାକେଶ ବେହେରାଙ୍କ ଚିକିତ୍ସା ଏସିବି ମେଡ଼ିକାଲର ହୃଦଭୋଗ ଚିକିତ୍ସା ବିଜ୍ଞାନ ପରିସରରେ ଥିବା ଇକମୋ ୟୁନିଟ ରେ ଚାଲିଛି । ରାକେଶ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି ।
ଗତକାଲି ଅପରାହ୍ନରେ ରାକେଶଙ୍କୁ ଅଧିକ ଚିକିତ୍ସା ପାଇଁ ଟ୍ରମା କେୟାର ସେଣ୍ଟ୍ରାଲ ICUରୁ ଇକମୋ ୟୁନିଟ କୁ ସ୍ଥାନାନ୍ତର କରାଯାଇଛି । ଯୁବକ ଜଣକ ହେଲେ ଚଣ୍ଡୀପ୍ରସାଦ ଗ୍ରାମର ରାକେଶ ବେହେରା ଓ ତାଙ୍କ ପତ୍ନୀ ହେଉଛନ୍ତି ରଶ୍ମିତା ବେହେରା । ୧୬ ତାରିଖରେ ସ୍ତ୍ରୀ ନିଖୋଜ ନେଇ ବାରଙ୍ଗ ଥାନାରେ ଅଭିଯୋଗ କରିଥିଲେ ରାକେଶ । ୨୨ ତାରିଖରେ କାଠଯୋଡ଼ି ନଦୀପଠାରୁ ଜଣେ ମହିଳାଙ୍କ ମୃତଦେହ ମିଳିଥିଲା । ମୃତଦେହ ଚିହ୍ନଟ ପାଇଁ ପୋଲିସ ରାକେଶଙ୍କୁ ଥାନାକୁ ଡାକିଥିଲା । ମୃତଦେହଟି ପତ୍ନୀଙ୍କର ନୁହେଁ ବୋଲି କହିବା ପରେ ଥାର୍ଡ ଡିଗ୍ରୀ ଦିଆଯାଇଥିବା ଅଭିଯୋଗ ହୋଇଛି ।






