ବୁଗୁଡ଼ା :ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଳକ୍ ଅନ୍ତର୍ଗତ ବାଲିପଦର ଉଚ୍ଚ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ସପ୍ତାହ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ଗୌଡ଼ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ପରିସରରୁ ବାହାରି କଳମ୍ବ-କାଦପଡା ଗ୍ରାମ ପର୍ଯ୍ୟନ୍ତ ଏକ ସଚେତନତା ଶୋଭାଯାତ୍ରା କରିଥିଲେ।
ଏହି ଶୋଭାଯାତ୍ରା ମାଧ୍ୟମରେ ଗ୍ରାମବାସୀଙ୍କୁ ବ୍ୟାପକ ଗଛ ଲଗାଇବା ପାଇଁ ବାର୍ତ୍ତା ଦିଆଯାଇଥିଲା।ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଅତିରିକ୍ତ ବନ ସଂରକ୍ଷକ ପ୍ରଦିପ ବେହେରା ଓ ସ୍ଥାନୀୟ ଫରେଷ୍ଟ ରେଞ୍ଜର ମାନସ କୁମାର ସାହୁ ଯୋଗ ଦେଇଥିଲେ।
ଅତିଥିଦ୍ଵୟ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନଙ୍କ ଗହଣରେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିବା ସହ ପରିବେଶର ସନ୍ତୁଳନ ରକ୍ଷା ଦିଗରେ ବୃକ୍ଷର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ସହକାରୀ ଶିକ୍ଷକ ଜିତେନ୍ଦ୍ରିୟ ଗୌଡ଼, ଏ. ଲପି ରାଣୀ ପାତ୍ର, ଏନସିସି ଶିକ୍ଷକ ପି. ସନ୍ତୋଷ କୁମାର ଦୋରା, ଇ. ନିଳାଚଳ ପାତ୍ର, ସୁନିତା ଦେବୀ, ଭବାନୀ ମଲ୍ଲିକ, ସୁମିତ୍ରା ବେହରା ଓ ପ୍ରିୟଦର୍ଶିନୀ ପାତ୍ର ପ୍ରମୁଖ ଯୋଗଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମ ପରିଚାଳନାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।






