ଏ.କେ ବ୍ୟୁରୋ : ବାଳକାଟିରେ ଭୟଙ୍କର ଅଗ୍ନିକାଣ୍ଡ । ଭାର୍ଗବୀ ସେତୁ ତଳେ ଥିବା ଏକ କବାଡିଆ ଗୋଦାନରେ ନିଆଁ ଲାଗିଛି । ହୁ ହୁ ହୋଇ ଜଳୁଛି ଗୋଦାମରେ ଥିବା ପ୍ଲାଷ୍ଟିକ ଓ କବାଡିଆ ସାମଗ୍ରୀ ।

ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଥିବା ସୂଚନା । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ନିଆଁର ପ୍ରକୋପ ଏତେ ଜୋରେ ଥିଲା ଯେ ପୁରା ଆକାଶ ଧୂଆଁ ମୟ ହୋଇଯାଇଥିଲା। ଘଟଣାସ୍ଥଳରେ ବାଲିଅନ୍ତା ଅଗ୍ନିଶମ ବାହିନୀ ଟିମ୍ ପହଂଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚାଲାଇଛନ୍ତି ।
ଅନ୍ୟପଟେ, ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ପଶ୍ଚିମବାର୍ଡ ମାର୍କେଟରେ ବିଳମ୍ବିତ ରାତିରେ ଲାଗିଛି ନିଆଁ । ଜଳି ଗଲା ୨୫ରୁ ଅଧିକ ଦୋକାନ। ୫ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ । ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁକୁ ଆୟତ୍ତ କରାଯାଉଛି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଜଳେଶ୍ବର ପୋଲିସ ପହଞ୍ଚି ତଦନ୍ତ କରୁଛି । ମାର୍କେଟରେ ଦୋକାନୀ ମାନେ ଦୋକାନ ବନ୍ଦ କରି ଘରକୁ ଯାଇ ଥିବା ବେଳେ ବିଳମ୍ବିତ ରାତିରେ ହଠାତ ନିଆଁ ଲାଗି ଯାଇଥିଲା ।






