ଏ.କେ ବ୍ୟୁରୋ : ରାଜ୍ୟରେ ବିଜେପି ସରକାରର ଦୁଇ ବର୍ଷ ସଫଳତାକୁ ନେଇ ବିରୋଧୀ ଦଳଗୁଡ଼ିକ ଉଠାଉଥିବା ପ୍ରଶ୍ନର କଡ଼ା ଜବାବ ଦେଇଛନ୍ତି ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ । ପ୍ରଶ୍ନର କଡ଼ା ଜବାବ ଦେଇଛନ୍ତି ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ ।
ବିଜେପି ସରକାରଙ୍କ ବିଫଳତା କଥା କହୁଥିବା ବିରୋଧୀମାନେ ପ୍ରଥମେ ସ୍ପଷ୍ଟ କରନ୍ତୁ ଯେ ସରକାରର କେଉଁ କ୍ଷେତ୍ରରେ ବିଫଳତା ରହିଛି । ୨୫ ବର୍ଷ ଏବଂ ୧୫ ବର୍ଷ ଧରି ଶାସନ କରିଥିବା ଦଳମାନେ ନିଜ ସଫଳତା ଓ ବିଫଳତାର ହିସାବ ଆଗ ଜନତାଙ୍କ ସମ୍ମୁଖରେ ରଖନ୍ତୁ । ବିରୋଧୀ ଦଳମାନେ ବିଜେପି ସରକାରଙ୍କ ସଫଳତା ଓ ବିଫଳତା ବିଷୟରେ ଯାହା କହୁଛନ୍ତି, ତାହାର ସ୍ପଷ୍ଟ ପ୍ରମାଣ ଦିଅନ୍ତୁ । ସେହିପରି ନିଜ ଶାସନ କାଳର ସଫଳତା ଓ ବିଫଳତା ମଧ୍ୟ ଜନସାଧାରଣଙ୍କୁ ଜଣାନ୍ତୁ । ବିରୋଧୀଙ୍କ ଯୁକ୍ତି ଓ ସମାଲୋଚନା ଶୁଣିବାକୁ ବିଜେପି ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ମନମୋହନ ସାମଲ ।






