ନିଆଳୀ ଏ.କେ ବ୍ୟୁରୋ : ନିଆଳୀ ନିର୍ବାଚନ ମଣ୍ଡଳୀ ର କଂଗ୍ରେସ ଦଳର ବିଶିଷ୍ଟ ନେତା, ତଥା ନିଆଳି ବ୍ଳକର ଲୋକପ୍ରିୟ ପୂର୍ବତନ ସମିତି ସଭ୍ୟ, ସ୍ନେହୀ ମଣିଷଟିଏ ସମାଜ ସେବୀ ଆର୍ତ୍ତତ୍ରାଣ ମଲ୍ଲିକ ଆଉ ନାହାନ୍ତି,
ତାଙ୍କ ବିୟୋଗରେ ସମଗ୍ର ନିଆଳି ନିର୍ବାଚନ ମଣ୍ଡଳୀରେ ଶୋକର ଛାୟା ଖେଳି ଯାଇଛି,ସେ ଏକାଧାରରେ ଥିଲେ ଜଣେ ଧର୍ମ ପରାୟଣ, ମିଷ୍ଟ ଭାଷୀ, ପରୋଉପକାରୀ, ମେଳାପି, ସମସ୍ତଙ୍କୁ ଭଲ ପାଉଥିବା ଦରଦୀ ମଣିଷଟିଏ ,
ଯିଏ ଯେତେବେଳେ ତାଙ୍କ ନିକଟକୁ ସାହାର୍ଯ୍ୟ ପାଇଁ ଦୌଡ଼ି ଯାଆନ୍ତି ସେତେବେଳେ ଆର୍ତ୍ତ ବାବୁ ହାତ ବଢ଼େଇ ଥାଆନ୍ତି । “ସେବା ଓ ସେବକ “ସମେତ ଅନେକ ସାମାଜିକ ଅନୁଷ୍ଠାନ ସହିତ ଜଡିତ ରହି ସମାଜସେବା କାର୍ଯ୍ୟ କରି ଆଶୁଥିଲେ ।
ଆଉ ମଧ୍ୟ ସେ ସାମ୍ୱାଦିକଭାଇମାନଙ୍କୁ ନିଆଳି ଅଞ୍ଚଳରେ ରହିଥିବା ବହୁ ଅଭାବ ଅସୁବିଧା, ବିଭିନ୍ନ ସମସ୍ୟା ଭିତ୍ତିକ ଖବର ଜଣାଇ ଏହାର କିପରି ସମାଧାନ ହେବ, ଖବର ପ୍ରସାରଣ ହେବ ସେ ଦିଗରେ ଚେଷ୍ଠା କରି ଆସୁଥିଲେ ।
। ଆର୍ତ୍ତ ବାବୁ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ୬୫ ବର୍ଷ ବୟସ ହୋଇଥିଲା ।

ଶ୍ରୀ ମଲ୍ଲିକ ପ୍ରାଚୀ ସର୍ଭିସ୍ ଷ୍ଟେସନ ପ୍ରୋପାଇଟର ଥିଲେ, ମାଧବ ପଞ୍ଚାୟତରୁ ପ୍ରଥମେ ସମିତି ସଭ୍ୟ ଭାବରେ ନିର୍ବାଚିତ ହୋଇଥିଲେ । ପରେ କଂଗ୍ରେସ ଦଳର ବରିଷ୍ଠ ନେତା ଓ ବିଧାୟକ ପ୍ରାର୍ଥୀ ଭାବରେ ନିଆଳୀ ବିଧାନସଭା ଆସନରୁ ପ୍ରତିଦ୍ବନ୍ଦିତା କରିଥିଲେ ।
ଏକା ଧାରରେ ବ୍ୟବସାୟୀ,ରାଜନେତା ଓ ସମାଜସେବୀ ଥିଲେ , ସେ ତାଙ୍କର ଅମାୟିକ ଓ ସରଳ ବ୍ୟବହାର ପାଇଁ ସେ ସମଗ୍ର ନିଆଳି ଅଞ୍ଚଳରେ ବେଶ ପରିଚିତ ଥିଲେ ।
ତାଙ୍କ ଶବା ଧାରକୁ ନୂଆଗାଁ ସ୍ଥିତ ବାସଭବନ ଓ ତାଙ୍କ ଦ୍ଵାରା ସ୍ଥାପିତ ପ୍ରାଚୀ ସର୍ଭିସ ଷ୍ଟେସନ ଠାରେ ତାଙ୍କୁ ଅନୁଷ୍ଠାନର କର୍ମଚାରୀ ତଥା ଶହ ଶହ ସାଧାରଣ ଲୋକେ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।
ନୂଆଗାଁ ଠାରୁ ତାଙ୍କ ଶବା ଧାରାକୁ ତାଙ୍କ ଜନ୍ମ ସ୍ଥାନ ତାମ୍ପଦାକୁ ଶୋଭା ଯାତ୍ରାରେ ନିଆଯାଇଥିଲା । ସେଠାରେ ଗ୍ରାମ ପରିକ୍ରମା ସମୟରେ ବହୁ ସଂଖ୍ୟାରେ ଅଞ୍ଚଳବାସି ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।
ତାଙ୍କର ଧର୍ମ ପତ୍ନୀ ଗୀତାଞ୍ଜଳି ମଲ୍ଲିକ ମଧ୍ଯ ନିଆଳି ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରତିବନ୍ଦ୍ବିତା କରିଥିଲେ । ବଡ ପୁଅ ଜ୍ୟୋତି ରଞ୍ଜନ ନୂଆଗାଁ ପଞ୍ଚାୟତର ସରପଞ୍ଚ ଭାବରେ ଏବେ କାର୍ଯ୍ୟ କରୁଛନ୍ତି,ସାନପୁଅ ଓ ଝିଅ ମଧ୍ୟ ଅଛନ୍ତି ।
ଶ୍ରୀ ମଲ୍ଲିକଙ୍କ ମୃତ୍ୟୁ ଖବର ପାଇବା ପରେ ସମଗ୍ର ନିଆଳି ଅଞ୍ଚଳର ନେତୃବୃନ୍ଦ ଦୁଃଖ ପ୍ରକଟ କରିଛନ୍ତି । ଖବର ପାଇ ନିଆଳି ବିଧାୟକ ଛବି ମଲିକ, ବିଜେପିର କଟକ ଜିଲ୍ଲା ସଭାପତି ସୁକାନ୍ତ ବିଶ୍ୱାଳ,ରାଜ୍ୟ ପ୍ରବକ୍ତା ରାଜେନ୍ଦ୍ର ପଣ୍ଡା, ଜିଲ୍ଲା ସମ୍ପାଦକ ତ୍ରିଲୋଚନ ବେହେରା , ବିଜେପି ନିଆଳୀ ମଣ୍ଡଳ ସଭାପତି ନବଘନ ସ୍ୱାଇଁ, ସିଠାଳ ମଣ୍ଡଳ ସଭାପତି ବୃଷକେତୁ ସାମଲ ,କସର୍ଦା ମଣ୍ଡଳ ସଭାପତି ରାଜେଶ ମହାରଣା,ପ୍ରଶାନ୍ତ ପ୍ରଧାନ ,ଆତ୍ମାର ଅଧ୍ୟକ୍ଷ ଗଣେଶ୍ୱର ମିଶ୍ର,
ପୂର୍ବତନ ବିଧାୟକ ପ୍ରମୋଦ ମଲ୍ଲିକ , ବିଜେଡି ବରିଷ୍ଠ ନେତା ଅନ୍ତର୍ଯ୍ୟାମୀ ବଡୁ , ଯୁବନେତା ପୁଲକ ମହାନ୍ତି ଙ୍କ ସମେତ ବହୁ ରାଜନେତା, ସାମ୍ୱାଦିକ ,ମାନ୍ୟଗଣ୍ୟ ବ୍ୟକ୍ତି, ଶୁଭେଛୁ, ବନ୍ଧୁ ଓ ପରିବାରବର୍ଗ ସ୍ବର୍ଗତ ଆର୍ତ୍ତ୍ରତ୍ରାଣ ମଲ୍ଲିକଙ୍କ ନୂଆଗାଁସ୍ଥିତ ବାସ ଭବନରେ ପହଞ୍ଚି ତାଙ୍କ ଶବଧାରାରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହିତ ତାଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଥିଲେ । ତାଙ୍କ ଯୌଷ୍ଠପୁତ୍ର ତଥା ନୂଆଗାଁ ସରପଞ୍ଚ ଜ୍ୟୋତିରଂଜନ ମଲ୍ଲିକ ମୁଖାଗ୍ନୀ ଦେଇଥିଲେ । ତାଙ୍କର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ ।
ବ୍ୟୁରୋ ରିପୋର୍ଟ ଆପଣଙ୍କ ଖବର






