ଏ . କେ ବ୍ୟୁରୋ : ବିଶ୍ବ ଦରବାରରେ ଝଲସିଲା ଓଡ଼ିଶା କଳା ଭାସ୍କର୍ଯ୍ୟ । ଓଡ଼ିଶାର ସମୃଦ୍ଧ କଳା ଓ ସଂସ୍କୃତି ପୁଣିଥରେ ବିଶ୍ୱ ଦରବାରରେ ଚମକିଛି । ନରୱେ ଗସ୍ତ ତବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନରୱେର ମହାରାଣୀ ସୋଞ୍ଜାଙ୍କୁ ଓଡ଼ିଶାର ଏକ ପାରମ୍ପରିକ ତଥା ଅତି ସୂକ୍ଷ୍ମ କଳାକୃତି ‘ତାଳପତ୍ର ପଟ୍ଟଚିତ୍ର’ ଉପହାର ଭାବେ ଦେଇଛନ୍ତି ।
ନରୱେ ମହାରାଣୀ ଓ ରାଜାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପହାରରେ ଓଡ଼ିଶାର କଳାର ଝଲକ । ବିଶ୍ବ ଦରବାରରେ ଝଲସିଲା ଓଡ଼ିଶା କଳା ଭାସ୍କର୍ଯ୍ୟ । ଓଡ଼ିଶାର ସମୃଦ୍ଧ କଳା ଓ ସଂସ୍କୃତି ପୁଣିଥରେ ବିଶ୍ୱ ଦରବାରରେ ଚମକିଛି । ନରୱେ ଗସ୍ତ ତବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନରୱେର ମହାରାଣୀ ସୋଞ୍ଜାଙ୍କୁ ଓଡ଼ିଶାର ଏକ ପାରମ୍ପରିକ ତଥା ଅତି ସୂକ୍ଷ୍ମ କଳାକୃତି ‘ତାଳପତ୍ର ପଟ୍ଟଚିତ୍ର’ ଉପହାର ଭାବେ ଦେଇଛନ୍ତି । ସେହିପରି ନରୱେ ରାଜା ହାରାଲ୍ଡ ପଞ୍ଚମଙ୍କୁ ରୁପା ତାରକସି ସେଲ୍ବୋଟ୍ ଭେଟି ଦେଇଛନ୍ତି । ସୁକ୍ଷ୍ମ ରୁପା ଓ ତାରର କାମ ଓ ନିଖୁଣି କାରିଗରୀ ପାଇଁ ତାରକସି କାମ ବେଶ ପ୍ରସିଦ୍ଧ । ସେହିପରି ତାଳପତ୍ର ପଟ୍ଟଚିତ୍ର ମଧ୍ୟ ପ୍ରସିଦ୍ଧ । ଓଡ଼ିଶାର ଏହି ପ୍ରାଚୀନ ଏବଂ ଜଟିଳ କଳା ଶୈଳୀର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ସାଧାରଣ କପଡ଼ା ଆଧାରିତ ପଟ୍ଟଚିତ୍ରଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ । ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରୟାସ ଯୋଗୁଁ ନରୱେର ମହାରାଣୀ ଓଡ଼ିଶାର ଏହି ପ୍ରାଚୀନ ଐତିହ୍ୟ ବିଷୟରେ ଜାଣିବା ସହ ଭାରତ ଓ ନରୱେ ମଧ୍ୟରେ ସାଂସ୍କୃତିକ ସମ୍ପର୍କ ଆହୁରି ମଜବୁତ ହୋଇଛି । ଓଡ଼ିଶାର କାରୁକାର୍ଯ୍ୟକୁ ବିଶ୍ୱସ୍ତରରେ ଏଭଳି ସମ୍ମାନ ମିଳିବା ପରେ ରାଜ୍ୟର ଶିଳ୍ପୀ ମହଲରେ ବେଶ୍ ଉତ୍ସାହ ପ୍ରକାଶ ପାଇଛି ।






