ଏ . କେ ବ୍ୟୁରୋ : ବୁଲା କୁକୁର ପାଇଁ ମହାଭାରତ । ବିଧବା ମହିଳା ଓ ଦିବ୍ୟାଙ୍ଗ ଝିଅକୁ ନିର୍ଘାତ ମାଡ଼ । ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଉର୍ମଳା ଗାଁରୁ ଆସିଛି ଏପରି ଅଭିଯୋଗ । ଦିବ୍ୟାଙ୍ଗ ଝିଅକୁ ଧରି ଥାନାର ଦ୍ୱାରସ୍ତ ହୋଇଛନ୍ତି ପୀଡିତା ମହିଳା । ଗାଁର ଫୁଲମଣି ହେମ୍ବ୍ରମଙ୍କ ଘରେ ଏକ ବୁଲା କୁକୁର କିଛି ସମୟ ଶୋଇବା ପରେ ଗାଁ ଭିତରକୁ ଯାଇଥିଲା ।
ଏହି ସମୟରେ ଗ୍ରାମର ଲୋକ ମାନେ ଆସି ବୁଲା କୁକୁର ପାଳିଛୁ, ଆଉ ସେହି କୁକୁର ଆମ ଛେଳି କୁ ଆକ୍ରମଣ କରୁଛି ବୋଲି କହି ଫୁଲମଣି ହେମ୍ବ୍ରମ ଏବଂ ତାଙ୍କ ଦିବ୍ୟାଙ୍ଗ ଝିଅକୁ ନିର୍ଘାତ ମାଡ଼ ମାରିଥିଲେ । ଏପରିକି ଦିବ୍ୟାଙ୍ଗ ଝିଅକୁ ପଥର ଫୋପାଡ଼ି ମାରିଥିଲେ, ଯେଉଁଥିରେ ଦିବ୍ୟାଙ୍ଗ ଝିଅର ମୁଣ୍ଡ ଫୁଲି ଯାଇଛି । ତେବେ ଗ୍ରାମବାସୀଙ୍କ ମାଡ଼ରେ ଗୁରୁତର ହୋଇଥିବା ଫୁଲମଣି ନିଜ ଦିବ୍ୟାଙ୍ଗ ଝିଅ କୁ ମେଡିକାଲରେ ଚିକିତ୍ସା କରାଇ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ସେପଟେ କୁକୁରଙ୍କ ପାଇଁ ବଡ ନିଷ୍ପତ୍ତି ନେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ମଙ୍ଗଳବାର ଏନେଇ ଏକ ନିର୍ଦ୍ଦେଶ ଦେଇଛନ୍ତି । ମଙ୍ଗଳବାର ଦିନ ସୁପ୍ରିମକୋର୍ଟ ସାରା ଦେଶକୁ କୁକୁର ପ୍ରେମୀଙ୍କ ପାଇଁ ଏକ ବଡ଼ ଝଟକା ଦେଇଛନ୍ତି । ବୁଲା କୁକୁରଙ୍କ ସମ୍ପର୍କରେ ଦାଖଲ ହୋଇଥିବା ସମସ୍ତ ଆବେଦନକୁ ଖାରଜ କରି ସୁପ୍ରିମକୋର୍ଟ କହିଛନ୍ତି ଯେ ୨୦୨୫ର ନିର୍ଦ୍ଦେଶ ବଳବତ୍ତର ରହିଛି । ରାସ୍ତାରୁ ବୁଲା କୁକୁରମାନଙ୍କୁ ହଟାଇବା ପାଇଁ ନିର୍ଦ୍ଦେଶ ପରିବର୍ତ୍ତନ କରାଯିବ ନାହିଁ । ଆବେଦନଗୁଡ଼ିକରେ ଦାବି କରାଯାଇଥିଲା ଯେ ସାର୍ବଜନୀନ ସ୍ଥାନ ଏବଂ ରାସ୍ତାରୁ ଧରାପଡ଼ିଥିବା କୁକୁରମାନଙ୍କୁ ବନ୍ଧ୍ୟାକରଣ (ଟିକାକରଣ) କରାଯାଇ ମୁକ୍ତ କରାଯିବ, କିନ୍ତୁ ସୁପ୍ରିମକୋର୍ଟ ଏହି ଆବେଦନଗୁଡ଼ିକୁ ଖାରଜ କରିଦେଇଛନ୍ତି ।






