ସାଲେପୁର ବୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ତା ଅଧୀନରେ ଥିବା ସମସ୍ତ ଉପସ୍ୱାସ୍ଥ୍ୟ କେନ୍ଦ୍ରରେ ବିପର୍ଯ୍ୟସ୍ତ ରୋଗୀସେବା ବିରୁଦ୍ଧରେ ଏବଂ ସ୍ଥାୟୀ ଡାକ୍ତର ନିଯୁକ୍ତି ଓ ଆନୁସଙ୍ଗିକ ସେବା ପାଇଁ କର୍ମଚାରୀ ଓ ଡାକ୍ତରୀ ପରୀକ୍ଷା ଉପକରଣ ବ୍ୟବସ୍ଥା ତୁରନ୍ତ କରିବା ପାଇଁ ଆଜି ସାଲେପୁର ସହରରେ କଟକ ଚାନ୍ଦବାଲି ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ସହରାଞ୍ଚଳ ବିକାଶ ପରିଷଦର ସଦସ୍ୟ ଓ ଅଞ୍ଚଳବାସୀ।
ଏହି ରାସ୍ତାରୋକ ଆନ୍ଦୋଳନକୁ ମଧ୍ୟ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ସମର୍ଥନ କରିବା ସହ ଏହି ଆନ୍ଦୋଳନ ରେ ସାମିଲ୍ ହୋଇଥିଲେ। ରାଜ୍ୟ ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ସାଲେପୁରକୁ ଅଣଦେଖା କରୁଛନ୍ତି। ସେ ବାରମ୍ବାର ସ୍ୱାସ୍ଥ୍ୟ ସଚିବ ଓ ମନ୍ତ୍ରୀଙ୍କୁ ଜଣାଇଥିଲେହେଁ ବିରୋଧୀ ବିଧାୟକ ହେଇଥିବାରୁ ତାଙ୍କ କଥା ଶୁଣାଯାଉନାହିଁ ବୋଲି ସେ ଅଭିଯୋଗ କରିଛନ୍ତି ।

କିଛି ସମୟ ରାସ୍ତାରୋକ ପରେ ରାସ୍ତାରୋକ ହଟାଇଛି ! ରଜ ପରେ ସମସ୍ୟାର ସମାଧାନ ନହେଲେ ପୁଣି ଆନ୍ଦୋଳନ ହେବ ବୋଲି କୁହାଯାଇଛି ।
କଟକ ଜିଲ୍ଲା ସାଲେପୁର ବ୍ଲକ୍ ରୁ ଶିଶୁ କୃଷ୍ଣ ନନ୍ଦଙ୍କ ରିପୋର୍ଟ ଆପଣଙ୍କ ଖବର।






