ଏ.କେ ବ୍ୟୁରୋ : ବୟସ ଛୁଇଁଲା ଷାଠିଏ ପାଞ୍ଚ ଝିଅରେ ଗୋଟିଏ ପୁଅ ଘର ଖଣ୍ଡେ ସାତ ସପନ ଝୁମ୍ପୁଡ଼ିରେ କାଳାତିପାତ କରୁଛନ୍ତି ବାବାଜୀ କଟକ ଜିଲ୍ଲା ନିଆଳି ବ୍ଳକ ଅନ୍ତର୍ଗତ ଅଳୋଂ ଗ୍ରାମର ଦିନ ଦୁଃଖୀ ବାବାଜୀ ସେଠୀ ପିତା – ଭ୍ରମର ସେଠୀ । ଘର ନାହିଁ ଦ୍ୱାର ନାହିଁ ୬୦ ବୟସ ରେ ପଡି ରହିଛନ୍ତି ଅଡସପୁର ବଜାର ସ୍ଥିତ ମାଧବାନନ୍ଦ ମନ୍ଦିର ପାର୍ଶ୍ୱରେ ।

ଆଶ୍ଚର୍ଯ୍ୟ ଜନକ କଥା ପ୍ରତି ବର୍ଷ ଅଡସପୁର ରେ ଭୋଟ ଦିଅନ୍ତି କିନ୍ତୁ ଭୂମିହୀନ ହେଇ ଭିକ ମାଗି ଚଳୁଛନ୍ତି ବାବାଜୀ ସେଠୀ । ଏ ପ୍ରତି କାହାର ନିଘା ନାହିଁ ନେତା ଆସୁଛନ୍ତି ଯାଉଛନ୍ତି ବାବାଜୀ ସେଠୀଙ୍କ କହିବା କଥା ନେତା ଆସୁଛନ୍ତି ନେତା ଯାଉଛନ୍ତି ଭୋଟ ନେଲା ବେଳେ ପାଖକୁ ଆସି କେତେ କଣ କହି ଯାଆନ୍ତି ଭୋଟ ସରିଲା ପରେ ସେ ଆମକୁ ଚିହ୍ନି ପାରନ୍ତିନି ପଚାରନ୍ତି ତୁମେ କିଏ । ଦୁଃଖର କଥା ଆଜିର ଦିନରେ ବାବାଜୀଙ୍କର ପରିବାରରେ ତାଙ୍କର ପତ୍ନୀ ବ୍ୟତୀତ ତାଙ୍କର ପାଞ୍ଚ ଝିଅ ଓ ସାତ ବର୍ଷର ପୁଅ ମଧ୍ୟ ଅଛି ! ଗୋଟିଏ ଝିଅକୁ ବିବାହ କରିଥିଲେ ମଧ୍ୟ ଆଉ ଚାରୋଟି ଝିଅ ପାଠ ପଢ଼ାଉଛନ୍ତି । ଆପଣ ନିଜେ ଚିନ୍ତା କରନ୍ତୁ ଯଦି ଏତେ ବୋଝ ଥାଇ ମଧ୍ୟ ଥକି ନାହାନ୍ତି ବାବାଜୀ । ବର୍ତ୍ତମାନ ସ୍ଥିତିରେ ସେ ବହୁତ୍ ଦୁଃଖରେ ଭିକ୍ଷା ମାଗି ଜୀବନ ଅତିବାହିତ କରୁଛନ୍ତି ! ଏମିତି ବାଟରେ ଯାଉ ଯାଉ ଦୃଷ୍ଟି ପଡ଼ିଥିଲା ଆମ ନିଆଳି ଜନପ୍ରତିନିଧି ଦେବ ଦର୍ଶନଙ୍କର ସେ ତାଙ୍କ ପାଖକୁ ଯାଇ ପଚାରି ବୁଝିଥିଲେ ସବୁ ପଚାରି ବୁଝିବା ପରେ ଆମ ପ୍ରତିନିଧି ମଧ୍ୟ ବହୁତ୍ ଦୁଃଖ ଅନୁତାପ କରିଥିଲେ ଆପଣ ମାନେ ଏ ଘରର ଦୃଶ୍ୟ ଦେଖି ଅନୁମାନ କରନ୍ତୁ କେତେ ଦୁଃଖରେ ଜୀବନ ଅତିବାହିତ କରୁଛନ୍ତି ବାବାଜୀ । ବାବାଜୀ ଏବେ ଭିକ୍ଷା ମାଗୁଥିବା ବେଳେ ଦୁଇଝିଅ ଅନ୍ୟ ଘରେ ବାସନ ମଜୁଥିବାର ଶୁଣିବାକୁ ମିଳିଛି ଅନ୍ୟ ଦୁଇ ଝିଅ ଛୋଟ ହୋଇଥିବାରୁ ବରାହପୁର ଗ୍ରାଲ୍ ହାଇସ୍କୁଲ ରେ ପାଠ ପଢୁଛନ୍ତି ଓ ୭ବର୍ଷର କୁନି ପୁଅ କୁ ନେଇ କାଳାତିପାତ କରୁଛନ୍ତି ବାବାଜୀ। ଏହା ପ୍ରତି ପ୍ରଶାସନ ର ଦୃଷ୍ଟି ପଡ଼ିବା ନିହାତି ଆବଶ୍ୟକ ଏମିତି ଖରା ସମୟରେ ମଧ୍ୟ ଝୁପୁଡ଼ି ପାଲ ତଳେ ତଳେ ପଡ଼ି ରହିଛନ୍ତି ଏବଂ ତାଙ୍କର ଦୁଃଖ ପ୍ରକାଶ କରିଥିଲେ 1
ନିଆଳି ରୁ ଦେବ ଦର୍ଶନ ରାଉତରାୟ ଙ୍କ ରିପୋର୍ଟ ଆପଣଙ୍କ ଖବର






