ହରଭଙ୍ଗା: ହରଭଙ୍ଗା ବ୍ଲକ ଅନ୍ତର୍ଗତ ଖରଭୂଇଁ ମନ୍ଦିରସାହି ଗ୍ରାମରୁ ଏକ ଦୁଃଖଦ ଖବର ଆସିଛି । ଗ୍ରାମର ଅଭିମନ୍ୟୁ ବଗର୍ତି (୫୨) ନାମକ ଜଣେ ବ୍ୟକ୍ତି ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି ।
ସୂଚନା ଅନୁଯାୟୀ, ବୁଧବାର ରାତିରେ ଅଭିମନ୍ୟୁ ଶୌଚ ପାଇଁ ଯାଇଥିବା ସମୟରେ ହଠାତ୍ ଏକ ଭାଲୁ ତାଙ୍କ ଉପରକୁ ଆକ୍ରମଣ କରିଥିଲା । ଭାଲୁର ଏହି ଭୟଙ୍କର ଆକ୍ରମଣରେ ତାଙ୍କ ମୁଣ୍ଡ ଏବଂ ଡାହାଣ ଆଖିରେ ଗଭୀର କ୍ଷତ ସୃଷ୍ଟି ହୋଇଛି ।

ପରିବାର ଲୋକେ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ପୁରୁଣାକଟକ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।
ହରଭଙ୍ଗାରୁ ପପୁନ ଗାଈଗରିଆଙ୍କ ସହ ଜିଲ୍ଲା ପ୍ରତିନିଧି ସବ୍ୟସାଚୀ କର୍ଣ୍ଣଙ୍କ ରିପୋର୍ଟ ଆପଣଙ୍କ ଖବର






